କେନାଲରେ ବୁଡି ୨ ସପ୍ତମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

ବାଲେଶ୍ୱର (କେନ୍ୟୁଜ୍) : କେନାଲରେ ବୁଡି ୨ ଜଣ ସପ୍ତମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ । ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖଇରା ବ୍ଳକ ରଟିଣା ପଞ୍ଚାୟତ ପ୍ରହଲ୍ଲାଦ ନୋଡାଲ ଉଚ୍ଚ ବିଦ୍ୟାଳୟରେ । ଖେଳ ଛୁଟି ସମୟରେ ଦୁଇ ଜଣ ପିଲା ବିଦ୍ୟାଳୟରୁ ବାହାରି ପାଖରେ ଥିବା କେନାଲରେ ଗୋଡ ଧୋଉଥିବା ସମୟରେ ପାଣିରେ ଗୋଡ ଖସିଯାଇଥିଲା । ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଅଗରଡା ଓ ପରେ ଭଦ୍ରକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ସ୍ଥାନୀୟ ଲୋକେ ସ୍କୁଲରେ ପହଞ୍ଚି ଶିକ୍ଷକଙ୍କ ଗାଡି ଭଙ୍ଗାରୁଜା କରିବା ସହ ଅଫିସ ରୁମ୍ ଭିତରେ ତାଲା ପକାଇ ରଖିଥିଲେ । ଅନ୍ୟପଟେ ଘଟଣାସ୍ଥଳରେ ତାସିଲଦାର, ଥାନା ଅଧିକାରୀ ପହଞ୍ଚି ଲୋକ ମାନଙ୍କୁ ବୁଝାସୁଝା କରିଥିଲେ ।

Leave A Reply

Your email address will not be published.