Below header

କିଛି ଦିନର ନୀରବତା ପରେ କଳାହାଣ୍ଡିରେ ପୁଣି ମାଓବାଦୀଙ୍କ ପୋଷ୍ଟର

କଳାହାଣ୍ଡି (କେନ୍ୟୁଜ୍) : କିଛି ଦିନର ନୀରବତା ପରେ ପୁଣି ମାଓବାଦୀଙ୍କ ପୋଷ୍ଟର । କଳାହାଣ୍ଡି ଜିଲ୍ଲା ଏମ୍ ରାମପୁର ଅଞ୍ଚଳରେ ମାଓବାଦୀଙ୍କ ପୋଷ୍ଟର ଦେଖିବାକୁ ମିଳିଛି । ଏମ.ରାମପୁର ବ୍ଲକ ହରଲଙ୍ଗା ଗାଁରେ ଥିବା ଏକ ଗଛରେ ମାଓବାଦୀ ମାନେ ପୋଷ୍ଟର ଲଗାଇ ନିଜ ଉପସ୍ଥିତି ଜାହିର କରିଛନ୍ତି । କେ.କେ.ବି.ଏନ ଡିଭିଜନ ପକ୍ଷରୁ ଏହି ପୋଷ୍ଟର ଲଗାଯାଇଥିବା ଜଣାପଡିଛି । ଜୁଲାଇ ୨୮ରୁ ୫ ତାରିଖ ପର‌୍ୟ୍ୟନ୍ତ ସହୀଦ ସପ୍ତାହକୁ ବିପ୍ଳବି ପରମ୍ପରା ସହ ହସଖୁସିରେ ପାଳନ କରିବାକୁ ପୋଷ୍ଟର ମାଧ୍ୟମରେ ଆହ୍ଵାନ କରାଯାଇଛି । ଜଳ ଜଙ୍ଗଲ ଅଧିକାର ପାଇଁ ଚାଲୁଥିବା ଲଢେଇରେ ସମସ୍ତେ ସାମିଲ ହେବା ପାଇଁ କୁହାଯାଇଛି । ଫଳରେ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.