ଡ୍ୟାନ୍ସ ଭିଡିଓ ଶେୟାର କରିବା ପରେ ଟ୍ରୋଲ ହେଲେ ବିରାଟ କୋହଲି, ୟୁଜର କହିଲେ, ‘ୱାର୍ଲ୍ଡ କପ୍ ହାରିବା ପରେ ଏହି କାମ ବାକି ଥିଲା‘

ଆଇସିସି କ୍ରିକେଟ୍ ୱାର୍ଲ୍ଡ କପ୍ ୨୦୧୯ ସେମିଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ନିଜ ଟିମକୁ ମିଳିଥିବା ପରାଜୟକୁ ଏ ପର୍ଯ୍ୟନ୍ତ ଭୁଲିପାରି ନାହାନ୍ତି ଭାରତୀୟ କ୍ରିକେଟ୍ ପ୍ରଶଂସକ। ଏଭଳି ସ୍ଥଳେ ସେପଟେ କ୍ୟାପଟେନ୍ ବିରାଟ କୋହଲି ନିଜ ଡ୍ୟାନ୍ସର ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିବା ମାତ୍ରେ ୟୁଜରମାନଙ୍କ ଦ୍ବାରା ଟ୍ରୋଲର ଶିକାର ହୋଇଛନ୍ତି। ଭିଡିଓକୁ ଦେଖିଲେ ଲାଗୁଛି, କୋହଲି କୌଣସି ଏକ ଫିଲ୍ମର ଶୁଟିଂ କରୁଛନ୍ତି।

ବିରାଟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଭିଡିଓକୁ ଶେୟାର କରି ଲେଖିଛନ୍ତି, ‘ସକରାତ୍ମକତା ସକରାତ୍ମକତା ଆଡ଼କୁ ଆକର୍ଷିତ ହୋଇଥାଏ। ଆପଣଙ୍କ ପସନ୍ଦ ଆପଣଙ୍କ ଫଳାଫଳ ପ୍ରସ୍ତୁତ କରିଥାଏ‘। ତେବେ ଏହା ଉପରେ ଜଣେ ୟୁଜର ଆଶ୍ଚର୍ଯ୍ୟବାଚକ ଚିହ୍ନ ଦେଇ ଲେଖିଛନ୍ତି ଯେ ‘ଆପଣଙ୍କ ପସନ୍ଦ ଆପଣଙ୍କ ଫଳାଫଳ ପ୍ରସ୍ତୁତ କରିଥାଏ !!! ଏବଂ ତୁମର ଅଦ୍ଭୁତ ବିକଳ୍ପମାନେ ୱାର୍ଲ୍ଡ କପକୁ ବରବାଦ କରିଦେଲେ। ଯାଅ ଭାଇ ନାଚ, ଖୁବ୍ ନାଚ‘।

ଏହାସହ ପଢ଼ନ୍ତୁ: ବଲିଉଡ୍‌ ଧୁନ୍‌ରେ ନାଚିଲେ ଆମେରିକା ମହିଳା ଟେନିସ୍‌ ଖେଳାଳି, ଭିଡିଓ ଭାଇରାଲ ପରେ ସାନିଆ ମିର୍ଜା କଲେ ଟୁଇଟ୍‌

ଅବରାର୍ ନାମକ ଆଉ ଜଣେ ୟୁଜର ଲେଖିଛନ୍ତି, ନିଜ ଦାୟିତ୍ବ ଉପରେ ଧ୍ୟାନ ଦିଅ। ସେହିପରି ଜ୍ଞାନେଶ କମେଣ୍ଟ କରିଛନ୍ତି, ‘ବାସ୍, ଏଡସରେ ଫୋକସ୍ କର। ହାଇ ପ୍ରେସର ମ୍ୟାଚରେ..କରି ଦେବ ତା’ହେଲେ।‘ ଧରମ ସିଂ କହିଥିଲେ, ନାଚ ଭାଇ, ୱାର୍ଲ୍ଡ କପ୍ ତ ହାରି ଗଲ।‘ ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ଏମିତି ନାଚୁଛ ଯେ ଯେମିତି ମାଇକେଲ ଜ୍ୟାକସନ। ସେପଟେ ‘ଏହା ୱାର୍ଲ୍ଡ କପ୍ ଡ୍ୟାନ୍ସ’ ବୋଲି ଜଣେ ୟୁଜର କମେଣ୍ଟ କରି ଲେଖିଛନ୍ତି। କେବଳ ଏତିକି ନୁହେଁ, ଜଣେ ୟୁଜର ଏକ ମଜାଳିଆ ଢଙ୍ଗରେ କହିଥିଲେ ଯେ ‘ୱାର୍ଲ୍ଡ କପ୍ ହାରି କି କାହିଁକି ଏଠାରେ ଏମିତି ହେଉଛ‘। ଅନ୍ୟ ଜଣେ କହିଥିଲେ, ‘ଲଜ୍ଜା ରଖ କୋହଲି ସାହେବ। ୱାର୍ଲ୍ଡ କପ୍ ହାରି ସାରିଛ, ଆମେ ଭାରତୀୟ’।

 

 

View this post on Instagram

 

Positivity attracts positivity. Your choice defines your outcome. 🙏😇 #BTS

A post shared by Virat Kohli (@virat.kohli) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.