Below header

Sony ଆଣୁଛି ମୋବାଇଲ ଠାରୁ ବି ଛୋଟ AC, କପଡାରେ ହୋଇଯିବ ଫିଟ୍

ଯଦି ଆପଣ ଗୋଟିଏ ଯାଗାରେ ଏସି ରହିବା କାରଣରୁ ଚିନ୍ତାରେ ଅଛନ୍ତି ତେବେ ଆପଣଙ୍କ ପାଇଁ ଇଲେକଟ୍ରୋନିକ୍ କମ୍ପାନୀ ସୋନି ମୋବାଇଲ ଠାରୁ ବି ଛୋଟ ଏସି ପ୍ରସ୍ତୁତ କରୁଛନ୍ତି। ସୋନି ଏହି ପୋର୍ଟେବୁଲ ଏସିର Reon Pocket ନାମ ରଖିଛନ୍ତି। ଯାହାକୁ କୌଣସି କପଡା ଭିତରେ ମଧ୍ୟ ସେଟ କରାଯାଇପାରିବ।

ଏଥିରେ ଥଣ୍ଡା ପବନ ଦେବା ପାଇଁ ଏକ ପ୍ୟାନେଲ ଦିଆଯାଇଛି। ଏହାଛଡା ଏହା ବ୍ୟାଟେରୀ ଜରୀଆରେ କାମ କରିଥାଏ ଏବଂ ତାପମାନକୁ ସ୍ମାର୍ଟଫୋନ ଜରୀଆରେ ବ୍ଲୁଟୁଥ୍ ଦ୍ବାରା କଣ୍ଟ୍ରୋଲ କରାଯାଇପାରିବ। ସୋନିର ଏହି ପୋର୍ଟେବୁଲ ଏସିର ବ୍ୟାଟେରୀ ବ୍ୟାକଅପ୍ ୯୦ ମିନିଟର ଅଟେ। ଏହାକୁ ଫୁଲ୍ ଚାର୍ଜ କରିବା ପାଇଁ ୨ ଘଣ୍ଟା ସମୟ ଲାଗିବ।

ଏହାକୁ ପେଲ୍ଟିୟର ଏଲିମେଣ୍ଟ ଦ୍ବାରା ପ୍ରସ୍ତୁତ କରାଯାଇଛି ଯାହା ସହଜରେ ଥଣ୍ଡା ଗରମ ହୋଇଥାଏ।
ସୋନିର ଏହି ଏସିର ଦାମ ୮,୯୯୨.୬୧ ଟଙ୍କା ରଖାଯାଇଛି। ଏହି ଏସି ଖାସ୍ କରି ପୁରୁଷଙ୍କ ପାଇଁ ବ୍ଲୁଟୁଥ୍ ୫.୦ ସପୋର୍ଟ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.