ସାଲିଆ ସାହିରେ ଚା’ଦୋକାନ ଭିତରେ ଚାଲିଥିଲା ନିଶା କାରବାର; ବିକ୍ରି ବେଳେ ଗିରଫ ହେଲେ ଦମ୍ପତି

ଭୁବନେଶ୍ୱର (କେନ୍ୟୁଜ): ବ୍ରାଉନ ସୁଗର ବେପାରୀ ଘର ଭାଙ୍ଗିଲା ପୋଲିସ । ଭୁବନେଶ୍ୱର ସାଲିଆ ସାହି ଅଞ୍ଚଳରେ ଚା’ଦୋକାନ ଭିତରେ ଚାଲିଥିଲା ଧଳାଜହର କାରବାର । ଦିଲ୍ଲୀପ ବରାଳ ଓ ତା’ ସ୍ତ୍ରୀ ପୂର୍ଣ୍ଣିମାନ ବରାଳ ଘର ଆଗରେ ଚା’ ଦୋକାନ କରିଥିଲେ। କିନ୍ତୁ ଚଳାଇଥିଲେ ବ୍ରାଉନସୁଗର କାରବାର। ଗତକାଲି ନୟାପଲ୍ଲୀ ପୋଲିସ ଦିଲ୍ଲୀପ ଚା’ ଦୋକାନରେ ଚଢଉ କରି ସେମାନଙ୍କ ନିକଟରୁ ୭ ଗ୍ରାମ ବ୍ରାଉନସୁଗର, କାର, ନଗଦ ୫ ହଜାର ଟଙ୍କା ଓ ମୋବାଇଲ ଫୋନ ଜବତ କରିଥିଲା ପୋଲିସ।

ଏହା ସହ ଦିଲ୍ଲୀପ ବରାଳ ଓ ପୂର୍ଣ୍ଣିମା ବରାଳକୁ ଗିରଫ କରିଥିଲା। ଆଜି ବୁଲଡୋଜର ଆଣି ଦିଲ୍ଲୀପର ଘରକୁ ମାଟିରେ ମିଶାଇଛି ପୋଲିସ। ସରକାରୀ ଜାଗାରେ ବେଆଇନ ଭାବରେ ଜବରଦଖଲ କରି ନିଶା କାରବାର କରୁଥିଲା ଦିଲୀପ। ଆଗକୁ ଅନେକ ଧଳାଜହର ବେପାରୀଙ୍କ ଘର ଭାଙ୍ଗିବାକୁ ଆରମ୍ଭ କରିଛି କମିସନରେଟ ପୋଲିସ। ଘର ଭଙ୍ଗାହେବା ପରେ ସ୍ଥାନୀୟ ଲୋକେ ଏହାକୁ ସ୍ୱାଗତ କରିଛନ୍ତି।