Below header

ନିଶାଶକ୍ତ ଅବସ୍ଥାରେ ବିଚ୍ ରାସ୍ତାରେ ଯୁବତୀଙ୍କ ହାଇଡ୍ରାମା

ନିଶାଶକ୍ତ ଯୁବତୀଙ୍କର ଡ୍ରାମା ଗତକାଲି ବେଶ୍ କିଛି ସମୟ ଧରି ଚାଲିଥିଲା । ନିଶାଶକ୍ତ ଅବସ୍ଥାରେ ରାସ୍ତା ମଝିରେ ହାଇଡ୍ରାମା କରିଥିଲେ ଏହି ଯୁବତୀ । ଏପରିକି ରାସ୍ତାରେ ଯାଆସ କରୁଥିବା ଲୋକଙ୍କୁ ଗାଳି ଗୁଲଜ କରୁଥିଲେ । ଖାଲି ଗାଳି ଗୁଲଜ ନୁହେଁ ରାସ୍ତାରେ ଲୋକଙ୍କୁ ପଥର ମାଡ କରୁଥିଲେ ।

ଭୁବନେଶ୍ୱର (କେନ୍ୟୁଜ) : ବାପ୍ ରେ ଯୁବତୀଙ୍କର କି ଠାଣି । ରାସ୍ତାଟା ଯେମିତି ପୁରା ତାଙ୍କର । ବିଚ୍ ରାସ୍ତା ମଝିରେ କେତେବେଳେ ଟଳମଳ ହୋଇ ଚାଲୁଛନ୍ତି ତ, କେତେବେଳେ ଡିଭାଇଡର ଉପରେ ବସି ନିଜ କେଶକୁ ବାନ୍ଧୁଛନ୍ତି। ୟାରି ଭିତରେ ତାଙ୍କ ଆଖପାଖରେ ଲୋକଙ୍କ ଭିଡ ବି ଜମିଗଲାଣି । ଏ ଦୃଶ୍ୟ ହେଉଛି ଭୁବନେଶ୍ୱର ନିକଟସ୍ଥ ଖଣ୍ଡଗିରି କୋଲଥିଆ ଛକ ଉପରର ।

ନିଶାଶକ୍ତ ଯୁବତୀଙ୍କର ଡ୍ରାମା ଗତକାଲି ବେଶ୍ କିଛି ସମୟ ଧରି ଚାଲିଥିଲା । ନିଶାଶକ୍ତ ଅବସ୍ଥାରେ ରାସ୍ତା ମଝିରେ ହାଇଡ୍ରାମା କରିଥିଲେ ଏହି ଯୁବତୀ । ଏପରିକି ରାସ୍ତାରେ ଯାଆସ କରୁଥିବା ଲୋକଙ୍କୁ ଗାଳି ଗୁଲଜ କରୁଥିଲେ । ଖାଲି ଗାଳି ଗୁଲଜ ନୁହେଁ ରାସ୍ତାରେ ଲୋକଙ୍କୁ ପଥର ମାଡ କରୁଥିଲେ ।

ଜିନ୍ସ ପିନ୍ଧା ଯୁବତୀଙ୍କୁ ଏହି ଅବସ୍ଥାରେ ଦେଖି ଉପସ୍ଥିତ ଲୋକେ ତୁରନ୍ତ ଖଣ୍ଡଗିରି ଥାନାକୁ ଖବର ଦେଇଥିଲେ । ପୋଲିସ୍ ଆସି ପହଁଚିଲା ପରେ ନିଶାଶକ୍ତ ଯୁବତୀଙ୍କର ଉଗ୍ରରୂପ ବାହାରିଥିଲା । ପୋଲିସ୍ କୁ ନାଲି ଆଖି ଦେଖାଇବା ସହିତ ଥାନାକୁ ଯିବାକୁ ରାଜି ହୋଇନଥିଲେ । କିଛି ସମୟ ଧରି ପୋଲିସ୍ ଓ ଯୁବତୀଙ୍କ ଭିତରେ ଟଣାଓଟରା ଚାଲିଲା । ଶେଷରେ ପୋଲିସ୍ ଗାଡି ଭିତରେ ଯୁବତୀଙ୍କୁ ଜୋର ଜବରଦସ୍ତ ବସାଯାଇଥିଲା ।

ଗାଡି ଭିତରେ ବସିବା ପରେ ବି ଯୁବତୀଙ୍କର ରୋବାବ୍ କମିନଥିଲା। ଗାଡି ଭିତରୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହିତ ମହିଳା ପୋଲିସ୍ ଙ୍କୁ ଧକ୍କା ମାରିଥିଲେ। ତେବେ ଏହି ଘଟଣାର ଭିଜୁଆଲ୍ ବର୍ତ୍ତମାନ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଏଭଳି ଜଣେ ନାରୀ ନିଶାଶକ୍ତ ଅବସ୍ଥାରେ ବିଚ୍ ରାସ୍ତା ଉପରେ ହଙ୍ଗାମା କରିବା ଅତି ଲଜ୍ଜାଜନକ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.