ପୁରୀ ଡାକ୍ତରଖାନାରେ ଡାକ୍ତରଙ୍କ ହଙ୍ଗାମା, ଗାଡି ପାର୍କିଂକୁ ନେଇ ପୋଲିସ ଓ ସୁରକ୍ଷାକର୍ମୀଙ୍କ ସହ କଲେ ଧସ୍ତାଧସ୍ତି

ପୁରୀ(କେନ୍ୟୁଜ୍): ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଲୁହାରଡ଼ ଧରି ଜଣେ ଯୁବକ ନିଜ ଗାଡି ଭିତରେ ରଖିବା ନେଇ ହଙ୍ଗାମା କରିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।ଉଭୟ ପୋଲିସ ଓ ସୁରକ୍ଷାକର୍ମୀଙ୍କୁ ଯୁବକ ଜଣକ ନାକେଦମ କରିଥିଲେ।ମେଡିକାଲ ଫାଣ୍ଡି ଅଧିକାରୀଙ୍କୁ ସୂଚନା ଅନୁଯାୟୀ ସେ ଜଣେ ଡାକ୍ତର ଓ ନିଶାଶକ୍ତ ଅବସ୍ଥାରେ ଥିଲେ। ନିୟମ ଅନୁଯାୟୀ ଆମ୍ବୁଲାନ୍ସ ଓ ପୋଲିସ ଭ୍ୟାନ ଛଡା ଅନ୍ୟ କୌଣସି ଗାଡି ମେଡିକାଲ ଭିତରକୁ ଛଡାଯାଉନାହିଁ।

ସମସ୍ତେ ବାହାରେ ଥିବା ପାର୍କିଂରେ ଗାଡି ରଖୁଛନ୍ତି। ସମ୍ପୃକ୍ତ ଯୁବକ ଜଣକ ୬ ଦିନ ହେବ ଗାଡି ଭିତରକୁ ନେବା ପାଇଁ ଉଦ୍ୟମ କରି ସୁରକ୍ଷାକର୍ମୀଙ୍କ ସହ ଝଗଡା କରନ୍ତି।ଗତକାଲି ସେ ଲୁହାରଡ଼ ଧରି ଜୋରଜବରଦସ୍ତ ଗାଡି ଭିତରେ ପୁରାଇ ଆତଙ୍କ ସୃଷ୍ଟି କରିଥିଲେ।ସୁରକ୍ଷାକର୍ମୀ ଗାଡି ବାହାର କରିବାବେଳେ ତାଙ୍କୁ ମାଡ଼ ମାରିବାକୁ ଉଦ୍ୟମ କରୁଥିଲେ।ଫାଣ୍ଡିର ଜଣେ କନେଷ୍ଟବଳ ରୋକିବାବେଳେ ବ୍ୟକ୍ତି ଜଣଙ୍କ ତାଙ୍କ ମୁଣ୍ଡକୁ ଆମ୍ପୁଡି ଖଣ୍ଡିଆ କରିଥିଲେ।କିଛି ସମୟ ହଙ୍ଗାମା କରିବା ପରେ ତାଙ୍କ ପରିବାର ଲୋକେ ଆସି ତାଙ୍କୁ ନେଇ ପଳାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.