Below header

ଲଘୁଚାପ ପ୍ରଭାବରୁ ଆଜି ଠାରୁ ତିନିଦିନ ପର୍ଯ୍ଯନ୍ତ ବର୍ଷା ସମ୍ଭାବନା

ଭୁବନେଶ୍ବର: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆଜିଠାରୁ ତିନିଦିନ ଧରି ବର୍ଷା ଲାଗି ରହିବ। ଆସନ୍ତାକାଲି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ନୟାଗଡ଼, କଟକ, ଜଗତସିଂହପୁର ଓ ସୋନପୁରରେ ଅଧିକ ବର୍ଷା ହେବ। କନ୍ଧମାଳ, କଳାହାଣ୍ଡି ଓ ବୌଦ୍ଧ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ସମ୍ଭାବନା ରହିଛି। ୨୩ ତାରିଖରେ ଉତ୍ତର ଓଡ଼ିଶା ସମେତ ଗଞ୍ଜାମ ଓ ଗଜପତି ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.