ଜଗା-ବଳିଆଙ୍କୁ ଓଡ଼ିଶା ଅଣାଯିବ କି ନାହିଁ, ଏମ୍ସ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ଦିଲ୍ଲୀ ଯିବେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା। ଏମସରେ ଚିକିତ୍ସାଧୀନ ଜଗା-ବଳିଆଙ୍କ ସ୍ୱାସ୍ଥ୍ୟାବସ୍ଥା ବାବଦରେ ସେ ବିଶେଷଜ୍ଞ ଡାକ୍ତରଙ୍କ ସହ ଆଲୋଚନା କରିବେ। ମନ୍ତ୍ରୀ ପ୍ରତାପ ଜେନାଙ୍କ ସହ ଏକ ପାଞ୍ଚଜଣିଆ ଜଣିଆ ଡାକ୍ତରୀ ଟିମ ମଧ୍ୟ ଦିଲ୍ଲୀ ଯିବେ। ଜଗା-ବଳିଆଙ୍କ ସ୍ୱାସ୍ଥ୍ୟାବସ୍ଥା କିପରି ରହିଛି, ସେମାନଙ୍କୁ ଏବେ ଓଡ଼ିଶା ଫେରାଇ ଅଣାଯିବ କି ନାହିଁ, ସେନେଇ ଆଲୋଚନା କରି ନିଷ୍ପତ୍ତି ନିଆଯିବ। ଦରକାର ପଡ଼ିଲେ ଜଗାବଳିଆଙ୍କୁ ଏମସରେ ଆଉ କିଛି ଦିନ ରଖି ଚିକିତ୍ସା କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।ଦିଲ୍ଲୀ ଏମସରେ ଯୋଡାମୁଣ୍ଡ ଅଲଗା ହେବା ପରେ ଦୁଇଭାଇ ସୁସ୍ଥ ହେଉଛନ୍ତି। ସେମାନଙ୍କ ମୁଣ୍ଡରୁ ଷ୍ଟିଚ୍ ଖୋଲାଯାଇଛି।୩ଟି ପର୍ୟ୍ୟାୟରେ ଅପରେସନ କରାଯାଇ କନ୍ଧମାଳର ଯୋଡାମୁଣ୍ଡ ଶିଶୁ ଜଗା-ବଳିଆଙ୍କୁ ଅଲଗା କରାଯାଇଥିଲା।

AIIMSଜଗା ସଂପୂର୍ଣ୍ଣ ସୁସ୍ଥ ହୋଇସାରିଥିବାବେଳେ ବଳିଆର ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ଆସୁଛି।କନ୍ଧମାଳ ଜିଲ୍ଲାର ଏହି ଯୋଡ଼ାମୁଣ୍ଡ ଶିଶୁଙ୍କ ସମ୍ପର୍କରେ ପ୍ରଥମେ କଳିଙ୍ଗ ଟିଭିରେ ଖବର ପ୍ରସାରଣ ହୋଇଥିଲା। ଏହାପରେ ଯୋଡ଼ାମୁଣ୍ଡ ଅଲଗା କରିବା ପାଇଁ ରାଜ୍ୟ ସରକାର ସହାୟତା ଯୋଗାଇ ଦେଇଥିଲେ। ଦିଲ୍ଲୀ ଏମସରେ ସେମାନଙ୍କର ସଫଳ ଅସ୍ତ୍ରୋପଚାର କରାଯାଇଥିଲା। ସେବେଠାରୁ ଜଗା-ବଳିଆ ଏମ୍ସର ସ୍ୱତନ୍ତ୍ର ଡାକ୍ତରୀ ଟିମ୍ର ନିରୀକ୍ଷଣରେ ଅଛନ୍ତି।

You might also like