ନବରଙ୍ଗପୁରରେ ମହିଳାଙ୍କୁ ଆକ୍ରମଣ କଲା ଭାଲୁ

ନବରଙ୍ଗପୁର : ଗାଁରେ ପଶି ମହିଳାଙ୍କୁ ଆକ୍ରମଣ କଲା ଭାଲୁ। ଦୁଇଟି ଭାଲୁର ଆକ୍ରମଣରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ମହିଳା ଜଣକ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ପାଟକୁଲି ପଞ୍ଚାୟତ ଭାଜୋଡି ଗାଁର ଦେଉଳା ପଣ୍ଡା। ଦେଉଳା ନିଜ ଘର ପାଖରେ ଥିବା ନଳକୂଅକୁ ପାଣି ଆଣିବାକୁ ଯାଇଥିବାବେଳେ ହତାଠ୍‌  ୨ଟି ଭାଲୁ ଆକ୍ରମଣ କରିଥିଲା।

ଦେଉଳାଙ୍କ ଚିତ୍କାର ଶୁଣି ଗାଁଲୋକେ ଆସି ଭାଲୁକୁ ଘଉଡାଇବା ସହ ତାଙ୍କୁ ଉଦ୍ଧାର କରିଥିଲେ। ଦେଉଳାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.