ବନ୍ୟା ଯୋଗୁ ମାଆ ଭଟ୍ଟାରିକାଙ୍କ ପୀଠରେ ୧୪୪ ଧାରା ଲାଗୁ , ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ବାରଣ

କଟକ (କେନ୍ୟୁଜ):ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମାଆ ଭଟ୍ଟାରିକାଙ୍କ ପୀଠରେ ୧୪୪ ଧାରା ଜାରି । ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସିବା ଯୋଗୁ ବଡ଼ମ୍ବାରରେ ବନ୍ୟାଜଳ ଦେଖିବା ପାଇଁ ଲୋକଙ୍କ ଭିଡ ଲାଗିଛି । କୌଣସି ଅଘଟଣ ନ ଘଟିବା ପାଇଁ ଭଟ୍ଟାରିକା ପୀଠରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି । ଭଟ୍ଟାରିକାଙ୍କ ପୀଠକୁ ଲୋକମାନଙ୍କୁ ଯିବାକୁ ବାରଣ କରାଯାଇଛି । ଆଜି ସକାଳେ ପାଣି ନବଗ୍ରହ ପର୍ଯ୍ୟନ୍ତ ଥିବା ବେଳେ ଜଳସ୍ତର ଏବେ ଆହୁରି ଉପରକୁ ଉଠିଛି । କୌଣସି ଅପ୍ରିତୀକର ପରିସ୍ଥିତି ନ ଘଟିବା ପାଇଁ ୧୪୪ ଧାରା ଗ୍ରହଣ କରାଯାଇଛି । ସେଥିପାଇଁ ମୁଖ୍ୟ ଗେଟ୍‌ରେ ପୋଲିସ୍‌ ମୁତୟନ କରାଯାଇଛି । କୌଣସି ଶ୍ରଦ୍ଧାଳୁଙ୍କୁ ଦର୍ଶନ ନିମନ୍ତେ ଛଡ଼ା ଯାଉନାହିଁ।

ସେପଟେ ବନ୍ୟା ପାଣି ବଢୁଥିବା ବେଳେ ଗତକାଲିଠାରୁ ମା’ଙ୍କ ଚଳନ୍ତି ପ୍ରତିମାକୁ ବନ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି । ଜଳସ୍ରୋତ ବଢିବାରେ ଲାଗିଛି । । ଭଟ୍ଟାରିକାଙ୍କ ମନ୍ଦିର ମହାନଦୀ କୂଳରେ ଥିବା ବେଳେ ପ୍ରତିବର୍ଷ ବର୍ଷାରେ ମହାନଦୀ ପାଣି ମନ୍ଦିର ଭିତରେ ପ୍ରବେଶ କରିଥାଏ । ମହାନଦୀରେ ବନ୍ୟା ଆସିବା ଫଳରେ ବନ୍ୟା ଜଳରେ ମାଆ ଭଟ୍ଟାରିକାଙ୍କ ମନ୍ଦିର, ଭଜନ ମଣ୍ଡପ ବୁଡ଼ି ଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.