ଚିକିତ୍ସା ଅଭାବରୁ ମେଡିକାଲରେ ଚାଲିଗଲା ରୋଗୀଙ୍କ ଜୀବନ, ତାତିଲେ ସମ୍ପର୍କୀୟ

ବାଲେଶ୍ଵର ମେଡିକାଲରେ ରୋଗୀ ମୃତ୍ୟୁ ନେଇ ଉତ୍ତେଜନା। ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ ।

ବାଲେଶ୍ଵର (କେନ୍ୟୁଜ): ବାଲେଶ୍ଵର ମେଡିକାଲରେ ରୋଗୀ ମୃତ୍ୟୁ ନେଇ ଉତ୍ତେଜନା। ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟ ମେଡିସିନ ୱାର୍ଡରେ ଏହି ଉତ୍ତେଜନା ଦେଖିବାକୁ ମିଳିଛି। ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଭୋଗରାଇ ଥାନା ଅଲାଲବିନ୍ଧା ଗାଁର ତରୁଲତା ଦାସ ମଙ୍ଗଳବାର ସଂଧ୍ୟାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲୋ ବିପି କାରଣରୁ ଭର୍ତ୍ତି ହୋଇଥିଲେ।

ସଂନ୍ଧ୍ଯା ୭ଟାରୁ ସମୟରୁ ବୁଧବାର ୧୧ ଟା ପର୍ଯ୍ୟନ୍ତ ଚିକିତ୍ସା ନିମନ୍ତେ କୌଣସି ଡ଼ାକ୍ତର ଆସିନଥିରୁ ତାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏନେଇ ମେଡିକାଲ ପରିସରରେ ଉତ୍ତେଜନା ଦେଖିବାକୁ ଦେଖାଯାଇଛି।