ଆକ୍ଟିଭା ଇଲେକଟ୍ରିକକୁ ଟକ୍କର ଦେବାକୁ ଆସୁଛି TVS Jupiter, ଜାଣନ୍ତୁ ଦାମ ଏବଂ କଣ ରହିଛି ଖାସ୍‌ ଫିଚର୍ସ

ହୋଣ୍ଡାର ସବୁଠାରୁ ପାଓ୍ଵାରଫୁଲ ଅପକମିଙ୍ଗ ଇଲେକଟ୍ରିକ ସ୍କୁଟର Honda Activa Electric କୁ କଡା ଟକ୍କର ଦେବାକୁ ରେଡି ହେଉଛି TVS Jupiter Electric ସ୍କୁଟର ।

ଆସିଗଲା ହୋଣ୍ଡା ଆକ୍ଟିଭାକୁ ଟକ୍କର ଦେବା ଭଳି ଇଲେକଟ୍ରିକ ସ୍କୁଟର । ହୋଣ୍ଡାର ସବୁଠାରୁ ପାଓ୍ଵାରଫୁଲ ଅପକମିଙ୍ଗ ଇଲେକଟ୍ରିକ ସ୍କୁଟର Honda Activa Electric କୁ କଡା ଟକ୍କର ଦେବାକୁ ରେଡି ହେଉଛି TVS Jupiter Electricସ୍କୁଟର । ଆଜ୍ଞା ହଁ ଦେଶର ସବୁଠାରୁ ବଡ ଏବଂ ଲୋକପ୍ରିୟ ଅଟୋ କମ୍ପାନୀ ଭାବେ ପରିଚିତ ଥିବା ଟିଭିଏସ ସ୍କୁଟର୍ସକୁ ଗ୍ରାହକ ଖୁବ୍‌ ପସନ୍ଦ କରୁଛନ୍ତି । କେବଳ ଏତିକି ନୁହେଁ ଟିଭିଏସ ଇଲେକଟ୍ରିକ ସ୍କୁଟରକୁ ମଧ୍ୟ ଗ୍ରାହକ ଖୁବ୍‌ ପସନ୍ଦ କରୁଛନ୍ତି । ଯଦି ଆପଣ ମଧ୍ୟ ଟିଭିଏସର କୌଣସି ବି ଭଲ ଇଲେକଟ୍ରିକ ସ୍କୁଟରକୁ କିଣିବାକୁ ଚାହୁଁଛନ୍ତି । ତାହେଲେ ଆପଣଙ୍କୁ ଟିକେ ଅପେକ୍ଷା କରିବାକୁ ପଡିବ । କାହିଁକିନା ଟିଭିଏସ ବହୁତ ଜଲଦି ନିଜର ଇଲେକଟ୍ରିକ ସ୍କୁଟରକୁ ଆଣୁଛି । ଏହାର ନାମ TVS Jupiter Electric Scooter ହୋଇପାରେ ବୋଲି ସମ୍ଭାବନା କରାଯାଉଛି । କମ୍ପାନୀ ଏହି ସ୍କୁଟର ପାଇଁ ନିକଟରେ ପେଟେଣ୍ଟ ଜାରି କରିଛି ।

ଡିଜାଇନ୍‌

ଟିଭିଏସର ନୂଆ ଇଲେକଟ୍ରିକ ସ୍କୁଟରର ଡିଜାଇନ୍‌ ବିଷୟରେ କଥା ହେବା ତ କମ୍ପାନୀ ନିଜର ଏହି ଇଲେକଟ୍ରିକକୁ ଟ୍ୟୁବଲର ଟାଇପ୍‌ ଫ୍ରେମରେ ପ୍ରସ୍ତୁତି କରୁଛି ଯେଉଁଥିରେ Flat Footboard, Semi-Digital instrument console, LED Lighting Setup, Alloy wheels, Headlamp ,Clusters on Rails, Alloy Wheels ଏବଂ Handlebar ଭଳି ଫିଚର୍ସ ମିଳିପାରେ ।

ପାଓ୍ଵାର ପ୍ୟାକ୍‌

ଟିଭିଏସର ଅପକମିଙ୍ଗ ଇଲେକଟ୍ରିକ ସ୍କୁଟରର ପାଓ୍ଵାର ପ୍ୟାକ୍‌ ବିଷୟରେ କହିବା ତ ତେବେ ଆପଣଙ୍କୁ କହିବାକୁ ଚାହିଁବୁ ଯେ ଏବେ ସୁଦ୍ଧା କୌଣସି ସୂଚନା ମିଳିନାହିଁ । କିନ୍ତୁ ଆଶା କରାଯାଉଛି ଯେ ଏହାର ବ୍ୟାଟେରୀ ରେଞ୍ଜ୍‌ ମଧ୍ୟ ଆଇ-କ୍ୟୁବ୍‌ ସମାନ ହିଁ ରଖାଯାଇପାରେ। କମ୍ପାନୀ ନିଜର ଆଇ-କ୍ୟୁବରେ 2.25kWh ବ୍ୟାଟେରୀ ପ୍ୟାକ ଦେଇଛି, ଯାହା 3Kw ପାଓ୍ଵାର ଏବଂ ୧୪୦Nmର ଟର୍କ ଜେନେରେଟ୍‌ କରିଥାଏ ।

ଫିଚର୍ସ

ଟିଭିଏସର ନୂଆ ଇଲେକଟ୍ରିକ ସ୍କୁଟରର ଫ୍ରଣ୍ଟ ହ୍ଵିଲରେ ଡିସ୍କ ବ୍ରେକ, ରିୟର ହ୍ଵିଲରେ ଡ୍ରମ ବ୍ରେକ ସହିତ ଭଲ ହ୍ୟାଣ୍ଡେଲିଙ୍ଗ୍‌ ପାଇଁ ସିଙ୍କ୍ରୋନାଇଜଡ ବ୍ରେକିଙ୍ଗ ସିଷ୍ଟମ ଦିଆଯାଇପାରେ । ସେହିପରି ସସପେନସନ୍‌ ବିଷୟରେ କହିବା ତ ଏହାର ଫ୍ରଣ୍ଟ ଆଡକୁ ଟେଲିସ୍କୋପିକ ଫୋକର୍ସ ଏବଂ ବ୍ୟାକରେ ହାଇଡ୍ରୋଲିକ ଡ୍ୟାମ୍ପର୍ସ ସହିତ କଏଲ ସ୍ପ୍ରିଙ୍ଗ୍‌ ଦେଖିବାକୁ ମିଳିପାରେ । ବର୍ତ୍ତମାନ ଉପଲବ୍ଧ ଥିବା ଟିଭିଏସ ଜୁପିଟର ପେଟ୍ରୋଲ ମଡେଲ ନିଜର ଜବରଦସ୍ତ ମାଇଲେଜ କାରଣରୁ ଗ୍ରାହକଙ୍କ ପସନ୍ଦର ସ୍କୁଟର ମଧ୍ୟରୁ ଗୋଟିଏ ହୋଇପାରିଛି ।

ଦାମ୍‌

ଟିଭିଏସର ଏହି ଅପକମିଙ୍ଗ ଇଲେକଟ୍ରିକ ସ୍କୁଟରର ଦାମ୍‌ ଏବଂ ଉପଲବ୍ଧତା ବିଷୟରେ ସୂଚନା ଏହାର ଲଞ୍ଚିଙ୍ଗ୍‌ ସମୟରେ ହିଁ ଦିଆଯିବ । କିନ୍ତୁ ସୂଚନା ମୁତାବକ ଏହାର ଦାମ୍‌ ପ୍ରାୟ ୧ ଲକ୍ଷ ଟଙ୍କା ରଖାଯାଇପାରେ ।

ଆକ୍ଟିଭା ଇଲେକଟ୍ରିକ ସହ କରିବ ମୁକାବିଲା

ଟିଭିଏସର ଏହି ଅପକମିଙ୍ଗ ଇଲେକଟ୍ରିକ ସ୍କୁଟରର ମୁକାବିଲା, ଅପକମିଙ୍ଗ ହୋଣ୍ଡା ଆକ୍ଟିଭା ଇଲେକଟ୍ରିକ ସ୍କୁଟର ସହ ହେବ । ଯାହାର ଲଞ୍ଚିଙ୍ଗ୍‌ କମ୍ପାନୀ ଚଳିତ ବର୍ଷ ଅଗଷ୍ଟରେ କରିପାରେ । କମ୍ପାନୀ ଏହାର ଦାମ ବିଷୟରେ ତ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ କିନ୍ତୁ ଅନୁମାନ କରାଯାଉଛି ଯେ ଏହାକୁ ୧.୧୦ ଲକ୍ଷ ଟଙ୍କାରେ ଲଞ୍ଚ୍‌ କରାଯାଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.