ଡୁମୁଡୁମା ହନୁମାନ ମନ୍ଦିର ଠାରୁ ନିଷିଦ୍ଧାଞ୍ଚଳ ଘୋଷଣା, ଆକ୍ରାନ୍ତଙ୍କର କୌଣସି ଟ୍ରଭେଲ ହିଷ୍ଟ୍ରି ନଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି

କେନ୍ୟୁଜ୍ (ବ୍ୟୁରୋ): ଭୁବନେଶ୍ୱରର ଡୁମୁଡୁମା ଅଞ୍ଚଳ କଣ୍ଟେନମେଣ୍ଟ ଜୋନ ଘୋଷିତ। ବିଏମସି ଏହାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି। ଏଠାକାର ସୁବାସନଗରରୁ ଅଧିକ ସଂଖ୍ୟାରେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଏହି ପଦକ୍ଷେପ ନେଇଛି ବିଏମସି। ଆକ୍ରାନ୍ତଙ୍କର କୌଣସି ଟ୍ରଭେଲ ହିଷ୍ଟ୍ରି ନଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି। ସଂକ୍ରମିତ ଅଞ୍ଚଳକୁ ସାଧାରଣ ଲୋକଙ୍କ ଚଳପ୍ରବଳ ଉପରେ କଟକଣା ଲଗାଯାଇଛି।

ଜାତୀୟ ରାଜପଥରେ ଡୁମୁଡୁମା ହନୁମାନ ମନ୍ଦିର ଠାରୁ ପ୍ଲଟ ନଂ ୩୭୩ ଓ ୩୨୩ ଭାୟା ଶନି ମନ୍ଦିର ପର୍ଯ୍ୟନ୍ତକୁ କଣ୍ଟେନମେଣ୍ଟ ଜୋନରେ ରହିଛି। ଏହାସହ ପ୍ଲଟ ନଂ ୩୭୩ ଓ ୩୨୩ ଠାରୁ ପ୍ଲଟ ନଂ ୨୬୧ ଓ ୨୫୮ ଯାଏ ଓ ପ୍ଲଟ ନଂ ୨୬୧ ଓ ୨୫୮ଠାରୁ ହନୁମାନ ମନ୍ଦିର ଏବଂ ଦୀନବନ୍ଧୁ ଫେୟାର ପ୍ରାଇସ ସପ୍‌ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରାଯାଇଛି। ଏହି ଅଞ୍ଚଳ ମଧ୍ୟରେ ଥିବା ସମସ୍ତ ଅଧିବାସୀ ମଧ୍ୟ ଘରୁ ବାହାରିବା ଉପରେ କଟକଣା ଲଗାଯାଇଛି।

ସେମାନଙ୍କୁ ଘରେ ରହିବାକୁ ବିଏମସି ପକ୍ଷରୁ ପରାମର୍ଶ ଦିଆଯାଇଛି। ଅତ୍ୟାବଶ୍ୟକ ସେବା, ଔଷଧ ଓ ମେଡିକାଲ ସାମଗ୍ରୀକୁ ବିଏମସି ପକ୍ଷରୁ ଯୋଗାଇ ଦିଆଯିବ ବୋଲି କୁହାଯାଇଛି। କଣ୍ଟେନମେଣ୍ଟ ଅଞ୍ଚଳରେ ରହିଥିବା ସମସ୍ତ ସରକାରୀ ଓ ଘରୋଇ ପ୍ରତିଷ୍ଠାନ ମଧ୍ୟ ବନ୍ଦ ରହିବ ବୋଲି କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.