ଆଜି ମେଲାଣି ନେବେ ମା, ଭସାଣି ପାଇଁ ଟ୍ବିନ୍‌ ସିଟି ସମେତ ବିଭିନ୍ନ ସ୍ଥାନରେ ଜୋରଦାର ପ୍ରସ୍ତୁତି

ଶେଷ ହୋଇଛି ଚଳିତବର୍ଷର ଶାରଦୀୟ ଦୁର୍ଗାପୂଜା। ଆଜି ମେଲାଣି ନେବେ ମା। ଭସାଣ ପାଇଁ କଟକ ଓ ଭୁବନେଶ୍ବରରେ ଟ୍ରାଫିକ କଟକଣା ଓ ପବ୍ଲିକ ଅର୍ଡର ଜାରି କରାଯାଇଛି। ଭସାଣ ସମୟରେ ଟ୍ରାଫିକ ପରିବର୍ତ୍ତନ କରାଯାଇଛି। କଟରେ ଆଜି ସକାଳ ୭ଟାରୁ ୨୬ ତାରିଖରେ ଭସାଣୀ ଯାତ୍ରା ଶେଷ ହେବ ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ।

ଭୁବନେଶ୍ୱର (କେନ୍ୟୁଜ):  ଶେଷ ହୋଇଛି ଚଳିତବର୍ଷର ଶାରଦୀୟ ଦୁର୍ଗାପୂଜା । ଏବେ ମେଲାଣିର ବେଳା। ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ମାଆ। ଭସାଣ ପାଇଁ କଟକ ଓ ଭୁବନେଶ୍ବରରେ ଟ୍ରାଫିକ କଟକଣା ଓ ପବ୍ଲିକ ଅର୍ଡର ଜାରି କରାଯାଇଛି। ଭସାଣ ସମୟରେ ଟ୍ରାଫିକ ପରିବର୍ତ୍ତନ କରାଯାଇଛି। କଟରେ ଆଜି ସକାଳ ୭ଟାରୁ ଭସାଣି ଆରମ୍ଭ ହୋଇ ଗତକାଲି ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ କଟକଣା ବଳବତ୍ତର ରହିବ। ସେହିପରି ଭୁବନେଶ୍ବରରେ ଅପରାହ୍ଣ ୩ଟାରୁ ରାତି ୧ଟା କିମ୍ବା ଭସାଣ ଯାତ୍ରା ଶେଷ ହେବା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ। ବାଣୀବିହାରଠୁ ଆଚାର୍ଯ୍ୟବିହାର ଦେଇ ଗାଡ଼ି ଯାତାୟତ କରିବ। ଭସାଣିବେଳେ ଜନପଥ ରାସ୍ତାରେ ଗାଡ଼ି ଚଳାଚଳ ମନା। ସଚିବାଳୟ ମାର୍ଗ କିମ୍ବା ସଂଯୋଗ କରୁଥିବା ରାସ୍ତାଦେଇ ଯିବ। ସିଆରପି ପଟୁ କଟକ ଯାଉଥିବା ଗାଡ଼ି ଏକାମ୍ର ପାର୍କ ଦେଇ ଯିବ। ବିଜୁ ପଟ୍ଟନାୟକ କଲେଜ ଦେଇ ଜୟଦେବ ବିହାର ଯିବ ସମସ୍ତ ଗାଡ଼ି। କିଟ୍ ଛକ ପଟୁ ନାଲକୋ ଛକ ଆଡକୁ ଗାଡ଼ି ଚଳାଚଳ ମନା। ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସେପଟେ କଟକ ସହରରେ ବିଦ୍ଧିବଧ ଭାବେ ଆରମ୍ଭ ହୋଇଛି ଭସାଣ ଉତ୍ସବ। ଗତକାଲି ରାତିରୁ ଘରୋଇ ଭାବେ ପୂଜା କରାଯାଉ ଥିବା ମେଢ଼ ଗୁଡିକୁ ମଧ୍ୟ ରୁ କିଛି ବିସର୍ଜିତ ହୋଇଛି। ମାଙ୍କ ଭସାଣି ଉତ୍ସବ ଲାଗି କଟକ ଦେବୀ ଗଡାକୁ ପ୍ରସ୍ତୁତ କରାଯାଇଛି। ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାରର ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିସର୍ଜନ ପାଇଁ ଦେବୀ ଗଡାରେ ୩ ଟି ଅସ୍ଥାୟୀ ପୁଷ୍କରିଣୀର ବ୍ୟବସ୍ଥା ହୋଇଛି। କଟକ ସହରରେ ଚଳିତ ବର୍ଷ ୧୭୦ ରୁ ଉର୍ଦ୍ଧ୍ବ ପୂଜା ମଣ୍ଡପରେ ଦୁର୍ଗା ପୂଜା ଅନୁଷ୍ଠିତ ହୋଇଛି।

ଟ୍ରାଫିକକୁ ସୁନିୟନ୍ତ୍ରିତ କରିବା ଲାଗି କମିଶନରେଟ ପୋଲିସ ପକ୍ଷରୁ ଟ୍ରାଫିକ ଗାଇଡ଼ ଲାଇନ ଜାରି କରାଯାଇଛି। ମୁତୟନ ହେବେ ୫୫ ପ୍ଲାଟୁନ ପୋଲିସ ଫୋର୍ସ । ୮ ଜଣ ଅତିରିକ୍ତ ଡିସିପି, ୩୪ ଜଣ ଡିଏସପି , ୫୪ ଜଣ ଇନସ୍ପେକ୍ଟର , ୩୫୦ ଏସଆଇ ଓ ଏଏସଆଇ ଭଷାଣି ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ପାଇଁ ଦାୟିତ୍ୱରେ ରହିବେ।। ଅଗ୍ନିଶମ ବାହିନୀର ଟିମ ମଧ୍ୟ ଦେବି ଗଡା ନିକଟରେ କୌଣସି ଅଘଟଣ ଏଡ଼ାଇବା ଲାଗି ଉପସ୍ଥିତ ରହିବେ। କଟକ ସହରରେ ଲାଗିଥିବା ୬୦୦ ସିସିଟିଭି କ୍ୟାମେରା ଜରିଆରେ କଣ୍ଟ୍ରୋଲ ରୁମରୁ ନଜର ରଖାଯିବାର ବ୍ୟବସ୍ଥା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.