ଛତିଶଗଡ଼ ନିର୍ବାଚନ ବେଳେ ମାଓ ହମଲା, ଓଡ଼ିଆ ଯବାନ ସହିଦ
ଛତିଶଗଡ଼ରେ ନିର୍ବାଚନ ବେଳେ ମାଓବାଦୀଙ୍କ ଆକ୍ରମଣରେ ଆହତ ହୋଇଥିବା ଓଡ଼ିଆ ବିଏସଏଫ ଯବାନଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ପ୍ରକାଶ ଚନ୍ଦ୍ର ଶିଅଳ। ଘର ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ଅଞ୍ଚଳରେ । ରାୟପୁର ମେଡିକଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।
ବାଲେଶ୍ଵର (କେନ୍ୟୁଜ): ଛତିଶଗଡ଼ରେ ନିର୍ବାଚନ ବେଳେ ମାଓବାଦୀଙ୍କ ଆକ୍ରମଣରେ ଆହତ ହୋଇଥିବା ଓଡ଼ିଆ ବିଏସଏଫ ଯବାନଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ପ୍ରକାଶ ଚନ୍ଦ୍ର ଶିଅଳ। ଘର ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ଅଞ୍ଚଳରେ । ସେ ୯୪ ବିଏସଏଫ ବାଟାଲିଅନର ଯବାନ। ରାୟପୁର ମେଡିକଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।
ସୋମବାର ପୁଲିଂ ପାର୍ଟିକୁ ନେବା ବେଳେ କାଙ୍କେର ଜିଲ୍ଲା ଛୋଟେ ବେଠିଆ ଥାନା ଅନ୍ତର୍ଗତ ରେଙ୍ଗବାହି ଅଞ୍ଚଳରେ ନକ୍ସଲ ଆଇଇଡି ବିସ୍ଫୋରଣ କରିଥିଲେ। ଫଳରେ ପ୍ରକାଶଙ୍କ ସହ ୪ଜଣ BSF ଯବାନ ଗୁରୁତର ଆହତ ହୋଇଥିଲେ। ସମସ୍ତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଖବର ପାଇ ପ୍ରକାଶଙ୍କ ପରିବାର ଲୋକ ରାୟପୁର ଗସ୍ତ କରିଥିବା ସୂଚନା ମିଳିଛି। ପ୍ରକାଶଙ୍କ ସହିଦ ଖବର ପ୍ରଚାରିତ ହେବାପରେ ଜନ୍ମମାଟି ଗୋପାଳପୁର ସହ ବାଲେଶ୍ବର ତଥା ସାରା ରାଜ୍ୟରେ ଶୋକ ପ୍ରକାଶ ପାଇଛି।