ମୋ ପୁଅକୁ ମର୍ଡର କରାଯାଇଛି, ଥାନାରେ ଦୁଷ୍ମନ୍ତଙ୍କ ମା’ ଆଣିଲେ ସଙ୍ଗିନ ଅଭିଯୋଗ

କେ ନ୍ୟୁଜ(ବ୍ୟୁରୋ): ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ ପରେ ମୃତ୍ୟୁବରଣ କରିଥିବା ଜଗତସିଂହପୁର ଜିଲ୍ଲା କୁଜଙ୍ଗର ଦୁଷ୍ମନ୍ତ ଦାସଙ୍କ ମା’ ଥାନାରେ ଏତଲା ଦେଇଛନ୍ତି । ଥାନାରେ ଦୁଷ୍ମନ୍ତଙ୍କ ମା’ ଆଣିଲେ ସଙ୍ଗିନ ଅଭିଯୋଗ । ପୁଅକୁ କେହି ଷଡଯନ୍ତ୍ର କରି ନେଇ ହତ୍ୟା କରିଛି । ଏଭଳି ସଙ୍ଗିନ ଆରୋପ ଲଗାଇ କୁଜଙ୍ଗ ଥାନାରେ ଏତଲା ଦୋଷୀ ବିରୋଧରେ କଡ଼ା ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି । ସରକାର ଓ ପ୍ରଶାସନର ପଦକ୍ଷେପକୁ ବାସନ୍ତୀ ସମର୍ଥନ ଜଣାଇଥିବା ବେଳେ ତାଙ୍କ ପୁଅକୁ ବିଧାନସଭା ପାଖକୁ ଡକାଇ ନେଇ ଶିଖାଇ ବୁଝାଇ

ଆତ୍ମହତ୍ୟା କରିବାକୁ ବାଧ୍ୟ କରାଯାଇଛି ବୋଲି ପରିବାର ଲୋକ କହିଛନ୍ତି । ଗତବର୍ଷ ସଡ଼କ ଦୁର୍ଘଟଣା ପରଠୁ ଦୁଷ୍ମନ୍ତ ଠିକ ଭାବେ ଚଲାବୁଲା କରିପାରେନି । ମାସେ ହେଲାଣି ସରକାରୀ ସହାୟତା ବଳରେ କଟକ ବଡ଼ ମେଡିକାଲରେ ଚିକିତ୍ସା ଚାଲିଥିଲା । ଠିକ୍‌ରେ ଚାଲିପାରୁନଥିବା ବେଳେ କଟକରୁ ଭୁବନେଶ୍ୱର କିପରି ଗଲେ ଓ ବିଷ କେଉଁଠୁ ପାଇଲେ ବୋଲି ପ୍ରଶ୍ନ କରିଛନ୍ତି ଦୁଷ୍ମନ୍ତଙ୍କ ପରିବାର ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.