ଆଉ କିଛି ସମୟ ପରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ଦୌଡ଼ରାଣୀ

ଭୁବନେଶ୍ବର : ଦୌଡ଼ରାଣୀ କିଟ୍ ଛାତ୍ରୀ ଦୂତୀ ଚାନ୍ଦ ଆଜି ସଂଧ୍ୟା ୬ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ ସିଧା ସଚିବାଳୟ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବେ । ସଚିବାଳୟରୁ ଫେରିବା ପରେ କିଟ୍ ଯିବେ । କିଟ୍ କ୍ୟାମ୍ପସରୁ ତାଙ୍କୁ ଏକ ବିରାଟ ପଟୁଆରରେ କିସ୍ ପର୍ୟ୍ୟନ୍ତ ନିଆଯିବ । ସେଠାରେ କିସ୍ର ୨୭ ହଜାର ଛାତ୍ରଛାତ୍ରୀ ଦୂତୀଙ୍କୁ ସ୍ୱାଗତ ଜଣାଇବେ । ଆସନ୍ତାକାଲି ଦୂତୀ ହାଇଦ୍ରାବାଦ ସ୍ଥିତ ଗୋପୀଚାନ୍ଦ ଏକାଡେମୀକୁ ଯିବେ । ସେପ୍ଟେମ୍ବର ୩ ତାରିଖରେ ହାଇଦ୍ରାବାଦରୁ ଫେରିବା ପରେ ତାଙ୍କୁ ରାଜ୍ୟସ୍ତରୀୟ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କରାଯିବ । କିଟ୍ର କ୍ରୀଡା ନିର୍ଦ୍ଦେଶକ ଡକ୍ଟର ଗଗନେନ୍ଦୁ ଦାଶ ଏନେଇ ସୂଚନା ଦେଇଛନ୍ତି ।