Below header

ଯାଜପୁର କୋରେଇ ବ୍ଲକରେ ତେଜିବାରେ ଲାଗିଛି ଅସନ୍ତୋଷ, ୨ବର୍ଷରୁ ଉର୍ଦ୍ଧ୍ୱ ହେବ ବସିନି ପଞ୍ଚାୟତ ସମିତି ବୈଠକ

ଯାଜପୁର ରୋଡ୍: ଯାଜପୁର କୋରେଇ ବ୍ଲକରେ ଲାଗିରହିଛି ଅଚଳାବସ୍ଥା। ବିଗତ ୨ ବର୍ଷରୁ ଉର୍ଦ୍ଧ୍ୱ ହେବ ବସିନି ପଞ୍ଚାୟତ ସମିତି ବୈଠକ। ବିଡିଓଙ୍କ ନିକଟରେ ବାରମ୍ବାର ଅଭିଯୋଗ ହେଉଥିଲେ ବି ବୈଠକ ହେଉନାହିଁ। ଫଳରେ ଅସନ୍ତୋଷ ତେଜିବାରେ ଲାଗିଛି।

ଏନେଇ ବ୍ଲକ ଅଧ୍ୟକ୍ଷା ଓ ସମସ୍ତ ସମିତିସଭ୍ୟାଙ୍କ ପକ୍ଷରୁ ବ୍ଲକ ସ୍ତରରେ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ବୈଠକ ନହେବା ଯୋଗୁ ବ୍ଲକରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ହୋଇଛି। ତୁରନ୍ତ ପଞ୍ଚାୟତ ସମିତି ବୈଠକ କରାନଗଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.