ବ୍ରହ୍ମପୁର ବଡମେଡିକାଲରେ ଆଜିଠୁ ଚାଲିଲା ଇ-ରିକ୍ସା ‘ଗରିବ ରଥ’

ବ୍ରହ୍ମପୁର (କେନ୍ୟୁଜ୍) : ଏମକେସିଜି ମେଡିକାଲ ପରିସରରେ ଆଜିଠୁ ଆରମ୍ଭ ହୋଇଛି ଇ-ରିକ୍ସା ବା ବ୍ୟାଟେରୀ ଚାଳିତ ଅଟୋ ‘ଗରିବ ରଥ’ । ଏହି ରଥକୁ ସହରର ବ୍ରହ୍ମାନଗର ଓ ଜ୍ୟୋତିନଗର ଉନ୍ନୟନ ପରିଷଦ ପକ୍ଷରୁ ଆରମ୍ଭ କରାଯାଇଛି। ଏହି ସେବା ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ଉପଲବ୍ଧ । ବସଷ୍ଟାଣ୍ଡ ଫାଟକରୁ ମେଡିକାଲ ଆଉଟ ଡୋର୍ ପର୍ଯ୍ୟନ୍ତ ଏହାର ଶୁଳ୍କ ରଖାଯାଇଛି ୫ଟଙ୍କା

auto। ଦିବ୍ୟାଙ୍ଗ ମାନଙ୍କ ପାଇଁ ଏହି ସେବା ନିଶୁଳ୍କ ରଖାଯାଇଥିବା କମିଟି ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ମେଡିକାଲ ପରିସରକୁ ଯିବାକୁ ଯାତ୍ରୀମାନେ ବହୁ ଅସୁବିଧା ଭୋଗୁଥିଲେ । ସେପଟେ ବସଷ୍ଟାଣ୍ଡ ନିକଟରେ ଥିବା ମେଡିକାଲ ଫାଟକକୁ ଖୋଲିବାକୁ ଦାବି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.