କଣ ଜଣେଇବାକୁ ଚାହୁଁଛନ୍ତି କାଳିଆ ଠାକୁର?, ନୀଳଚକ୍ର ବାନା ଉପରେ କାହିଁକି ବସିଲା ଚିଲ ?

କେନ୍ୟୁଜ୍(ବ୍ୟୁରୋ): ମାଡିଆସୁଛି କି  ବିପଦ? ଘଟିବ କି ଓଡିଶାରେ ଅଘଟଣ? ଶ୍ରୀମନ୍ଦିରରେ ବାରମ୍ବାର ଗୋଟିଏ ପରେ ଗୋଟିଏ ଅଶୁଭ ସଂକତ କି ବାର୍ତ୍ତା ଦେଉଛି? ଏଭଳି ଅନେକ ପ୍ରଶ୍ନ ଲକ୍ଷ ଲକ୍ଷ ଜଗନ୍ନାଥ ପ୍ରେମୀଙ୍କ ମନରେ ଉଙ୍କି ମାରୁଛି। ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ନୀଳଚକ୍ର ବାନା ଉଡ଼ିଯାଇଥିଲା ବେଳେ ଆଜି ପତିତପାବନ ବାନା ଶିଖରରେ ଚିଲ ବସିଥିବାର ଦେଖିବାକୁ  ମିଳିଥିଲା। ଯାହାକୁ  ନେଇ ନାନା ଆଶଙ୍କା କରୁଛନ୍ତି ଅନେକ ଭକ୍ତ। ସତେକି ଜଗତର ନାଥ ଜଗନ୍ନାଥ କିଛି ବିପତ୍ତିର ଆଭାସ ଦେଉଛନ୍ତି ? ଯାହା ସାଧାରଣ ମଣିଷଟିଏ ଜାଣିବା କଷ୍ଟକର? କେହି କେହି ଏହାକୁ ଶୁଭ ତ ଆଉ କେହି କେହି ଏହାକୁ ଅଶୁଭ ବିବେଚନା କରୁଛନ୍ତି ।

ନୀଳଚକ୍ର ଉପରେ ବିଭିନ୍ନ ସମୟରେ ଚିଲ ବସିଥିବା ଦେଖିବାକୁ ମିଳିଥାଏ । କିନ୍ତୁ କରୋନା ମହାମାରୀ ସମୟରେ ନୀଳଚକ୍ର ଶିଖରରେ ଚିଲ ବସିବାକୁ ନେଇ ନାନା ଚର୍ଚ୍ଚା ଚାଲିଛି। ତେବେ ଯାହା ହେଲେ ମଧ୍ୟ କାଳିଆ ଠାକୁର ଓଡିଶାକୁ  କିଛି ବିପତ୍ତି ଆଣିବେ ନାହିଁ ବୋଲି କିଛି ପୁରୀ ବାସିନ୍ଦା କହିଛନ୍ତି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.