Below header

ଦୁଇ ଭାଗ ହେବ ପୂର୍ବତଟ ରେଳବାଇ , ଗଠନ ହେବ ନୂତନ ରେଲୱେ ଜୋନ୍‌

ଦିଲ୍ଲୀ(କେନ୍ୟୁଜ୍) : କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି, ଦୁଇ ଭାଗ ହେବ ପୂର୍ବତଟ ରେଳପଥ। ଗଠନ ହେବ ନୂତନ ରେଲୱେ ଜୋନ୍‌ । ନୂଆ ଜୋନର ନାଁ ରହିବ ସାଉଥ୍‌ କୋଷ୍ଟ ରେଲୱେ ଜୋନ୍‌ । ବିଶାଖାପାଟଣାରେ ଏହାର ମୁଖ୍ୟାଳୟ ହେବା ସାଉଥ୍‌କୋଷ୍ଟ ଜୋନରେ ଗୁଣ୍ଟାକଲ, ଗୁଣ୍ଟୁର, ବିଜୟଓ୍ଵାଡା ଡିଭିଜନ୍‌ ରହିବ। ସେହିପରି ଓ୍ଵାଲଟିୟର ଡିଭିଜନକୁ ଭାଙ୍ଗି ଦିଆଯିବ । ଗୋଟିଏ ଭାଗ ବିଜୟଓ୍ଵାଡାରେ ମିଶିବ ଓ ଦକ୍ଷିଣ ତଟ ଅଧିନରେ ରହିବ । ଅନ୍ୟ ଭାଗକୁ ନେଇ ଗଠନ ହେବ ରାୟଗଡ଼ା ଡିଭିଜନ । ରାୟଗଡ଼ାରେ ଏହାର ମୁଖ୍ୟାଳୟ ରହିବ ଓ ଏହା ପୂର୍ବଭଳି ପୂର୍ବତଟ ଜୋନ୍‌ ଅଧିନରେ ରହିବ। ରେଳମନ୍ତ୍ରୀ ପୀୟୂଷ ଗୋଏଲ ଏହି ସୂଚନା ଦେଇଛନ୍ତି। ଆନ୍ଧ୍ରପ୍ରଦେଶର ବିଭାଜନର ୫ବର୍ଷ ପରେ ବିଶାଖାପାଟଣା ରେଲେଓ୍ଵ ଜୋନେ ନେଇ କେନ୍ଦ୍ର ସରକାର ଘୋଷଣା କରିଛନ୍ତି।

piyush goyal

ଓଡ଼ିଶାକୁ ଦାବିକୁ ଅଣଦେଖା :

କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ପରେ ଓଡ଼ିଶାକୁ ଦାବିକୁ ଅଣଦେଖା କରାଯାଇଥିବା କୁହାଯାଉଛି। ରାଜ୍ୟ ସରକାର ପୂର୍ବରୁ ପ୍ରସ୍ତାବ ଦେଇଥିଲେ ଯେ, ଓ୍ଵାଲଟିୟର ଡିଭିଜନର ପୁନର୍ଗଠନ ପ୍ରକ୍ରିୟାରେ ଯଦି ପୂର୍ବତଟ ରେଳପଥକୁ କାଢ଼ି ନିଆଯିବ, ତେବେ ଓଡ଼ିଶାରେ ତିନିଟି ନୂଆ ଡିଭିଜନ୍‌ ଖୋଲାଯାଉ। ଏନେଇ ମୁଖ୍ୟମନ୍ତ୍ରୀ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ରାଉରକେଲା କିମ୍ବା ଝାରସୁଗୁଡ଼ା, ଯାଜପୁର-କେନ୍ଦୁଝର ବା ଭଦ୍ରକ ଓ ରାୟଗଡ଼ାରେ ତିନିଟି ନୂଆ ଡିଭିଜନ୍‌ କରିବା ପାଇଁ ଦାବି ରଖାଯାଇଥିଲା। ଏହାଦ୍ୱାରା ପୂର୍ବତଟକୁ ଅଧିକ ସଶକ୍ତିକରଣ କରାଗଲେ ଓଡ଼ିଶା ଆପତ୍ତି କରିବ ନାହିଁ। ତେବେ କେନ୍ଦ୍ର ସରକାର କେବଳ ଗୋଟିଏ ଦାବିକୁ ଗ୍ରହଣ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.