ଫ୍ଲୋରକୁ ଆସିଲା ବଦଲାର ପ୍ରମୋସନାଲ ଭିଡିଓ, କିଙ୍ଗ ଖାନଙ୍କ ସହ ନଜର ଆସିଲେ ସେହେନ୍ସା

ମୁମ୍ବାଇ : ରିଲିଜ୍‌ ହୋଇଛି ଅପକମିଂ ଫିଲ୍ମ ବଦଲାର ପ୍ରମୋସନାଲ ଭିଡିଓ। ଶାହାରୁଖଙ୍କ ପ୍ରଡକ୍ସନ କମ୍ପାନି ରେଡ ଚିଲିଜ ଏଣ୍ଟରଟେନମେଣ୍ଟ ଏହି ଭିଡିଓ ସେୟାର କରିଛି। ଏଥିରେ ଶାହାରୁଖ ଓ ଅମିତାଭ ବଚ୍ଚନ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଛି। ଶାହାରୁଖ ବିଗ ବିଙ୍କ ଫେମସ୍‌ ଡାଇଲଗ କହୁଛନ୍ତି। ମାତ୍ର ଡାଇଲଗ ପୂରା କରିପାରୁନାହାନ୍ତି ଶାହାରୁଖ ଓ ଶେଷରେ ଅମିତାଭ ଡାଇଲଗ ପୁରା କରୁଛନ୍ତି। ଏହାପରେ ଦୁହେଁ ଏକ ଗୀତ ଗାଉଛନ୍ତି।

ମାତ୍ର ଶାହାରୁଖ ଠିକରେ ଗୀତ ଗାଉନଥିବାରୁ ଅମିତାଭ ତାଙ୍କୁ ଗାଳି କରୁଛନ୍ତି। ଶେଷରେ ଫିଲ୍ମର ପ୍ରଡ୍ୟୁସରକୁ ଖୋଜୁଛନ୍ତି ଅମିତାଭ। ସେହି ସମୟରେ ଡରି ଡରି ଶାହାରୁଖ କହୁଛନ୍ତି ମୁଁ ଫିଲ୍ମର ପ୍ରଡ୍ୟୁସର। ଟିଜରଟି ଖୁବ୍‌ ମଜାଦାର ହୋଇଛି। ଫିଲ୍ମରେ ଅମିତାଭ ଓ ତାପସୀ ପନ୍ନୁ ଏକାଠି ସ୍କ୍ରିନ ସେୟାର କରିଛନ୍ତି। ଫିଲ୍ମଟି ଏକ ସସପେନ୍ସ ଥ୍ରୀଲର। ମାର୍ଚ୍ଚ ୮ ତାରିଖରେ ରିଲିଜ ହେବ ସସ୍‌ପେନ୍‌ସରେ ଭରପୁର ଫିଲ୍ମ ‘ବଦଲା’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.