Below header

ଝାରସୁଗୁଡ଼ାରୁ ପୁଣି ଉଡ଼ିବ ବିମାନ : ମାର୍ଚ୍ଚ ୩୧ରୁ ଦିଲ୍ଲୀ, କୋଲକାତା ଓ ହାଇଦ୍ରାବାଦକୁ ବିମାନ ଚଳାଚଳ

ଝାରସୁଗୁଡ଼ା(କେନ୍ୟୁଜ୍) : ଝାରସୁଗୁଡ଼ାରୁ ପୁଣି ଉଡ଼ିବ ବିମାନ । ମାର୍ଚ୍ଚ ୩୧ ତାରିଖରୁ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ଏୟାରପୋର୍ଟରୁ ଦେଶର ୩ଟି ସ୍ଥାନକୁ ବିମାନସେବା ଆରମ୍ଭ ହେବ । ଦିଲ୍ଲୀ, କୋଲକାତା ଓ ହାଇଦ୍ରାବାଦକୁ ବିମାନ ଚଳାଚଳ କରିବ । ଗତକାଲିଠୁ ସ୍ପାଇଶ୍‌ ଜେଟ୍‌ ଟିକେଟ୍‌ ବିକ୍ରି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି ।

spice jet ନୂଆଦିଲ୍ଲୀରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଏହାକୁ ଶୁଭାରମ୍ଭ କରିଛନ୍ତି ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୟନ୍ତ ସିହ୍ନା । ଆଗାମୀ ଦିନରେ ଝାରସୁଗୁଡ଼ା ବିମାନବନ୍ଦର ମୁମ୍ବାଇ, ଭୁବନେଶ୍ୱର ଓ ରାୟପୁର ସହ ଯୋଡି ହେବ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଝାରସୁଗୁଡ଼ା ଏୟାରପୋର୍ଟ ଓଡ଼ିଶାର ନୂଆ ଅର୍ଥନୀତିକୁ ସମୃଦ୍ଧ କରିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.