Below header

ଖୋର୍ଦ୍ଧା: ଗଙ୍ଗାଧରପୁର ରେଳ ଷ୍ଟେସନ ପରିଦର୍ଶନରେ ଆସି ମହିଳା ଏସଏଚଜିଙ୍କ ଦ୍ବାରା ସମ୍ବର୍ଦ୍ଧିତ ହେଲେ ଇଷ୍ଟକୋଷ୍ଟ ଜିଏମ

ଟାଙ୍ଗୀ(କେନ୍ୟୁଜ୍):  ଗଙ୍ଗାଧରପୁର ରେଳ ଷ୍ଟେସନ ପରିଦର୍ଶନରେ ଆସି ହରିପୁର ଠାରେ ସମ୍ବର୍ଦ୍ଧିତ ହେଲେ ଇଷ୍ଟକୋଷ୍ଟ  ରେଲୱେର ଜେନେରାଲ ମ୍ୟାନେଜର ବିଦ୍ୟାଭୂଷଣ । ଆଜି ଇଷ୍ଟକୋଷ୍ଟ ରେଲୱେର ବାର୍ଷିକ ତଦାରଖ କାର୍ଯ୍ୟ କରିବା ପାଇଁ ଗଙ୍ଗାଧରପୁର ଷ୍ଟେସନ ନିକଟରେ  ଓହ୍ଲାଇ ଥିଲେ।ଏହି ସମୟରେ ମା ପାଣ୍ଡବାଶୁଣୀ ସ୍ବୟଂ ସହାୟକ ଗୋଷ୍ଠୀର ପାଖାପାଖି ୧୦୦ ଜଣ ମହିଳା ଇଷ୍ଟକୋଷ୍ଟ ରେଲୱେର ଜେନେରାଲ ମ୍ୟାନେଜର, ଖୋର୍ଦ୍ଧା ରୋଡ଼ ଡିଆରଏମଙ୍କୁ ପାଛୋଟି ନେଇ ଉଚ୍ଛ୍ବସିତ ସମ୍ବର୍ଦ୍ଧନ କରିଥିଲେ।

ଏହି ଅବସରରେ ହରିପୁର ଗ୍ରାମପଞ୍ଚାୟତ ମହିଳା ମହାସଂଘର ସଭାନେତ୍ରୀ ନିରୂପମା ପରିଡ଼ା ଉଭୟ ଅଫିସରଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବଗତ କରିବା ସହ ଷ୍ଟେସନର ବିକାଶ ଦିଗରେ ଆଲୋଚନା କରିଥିଲେ।

ଏହା ସହ ଏସଏଚଜି ଗ୍ରୁପର ଦୀର୍ଘ ଦିନ ହେବ ହରିପୁରରେ ଏକ ସଭା ଗୃହ ନିର୍ମାଣ କରିବା  ଦାବିକୁ ପୂରଣ କରିବେ ବୋଲି ଇଷ୍ଟକୋଷ୍ଟ ରେଲୱେର ଜିଏମ ପ୍ରତିଶୃତି ଦେଇଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.