ଖୋର୍ଦ୍ଧା: ଚଣ୍ଡୀହର ମନ୍ଦିରର ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା  ଲୁଟି ନେଲେ ଦୁର୍ବୃତ୍ତ, ସିସିଟିଭିରେ କଏଦ ହେଲା ଦୃଶ୍ୟ

ଟାଙ୍ଗୀ(କେନ୍ୟୁଜ୍):  ଐତିହାସିକ ତଥା ରାଜ ପ୍ରତିଷ୍ଠିତ ବାବା ଚଣ୍ଡୀହର ମନ୍ଦିରର ହୁଣ୍ଡି ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କା  ଲୁଟି ନେଲେ ଦୁର୍ବୃତ୍ତ ।  ଖୋର୍ଦ୍ଧା ଟାଙ୍ଗୀ ଥାନା ଅଧିନସ୍ଥ ଚଣ୍ଡେଶ୍ୱର ଚଣ୍ଡିହରଦେଵଙ୍କ ମନ୍ଦିରରୁ ଲୁଟେରା ମାନେ ଗତ କାଲି ବିଳମ୍ବିତ ରାତିରେ ମନ୍ଦିରର ହୁଣ୍ଡିର ତାଲା ଭାଙ୍ଗି ଲୁଟିନେଇଥିବା ଜଣା ପଡିଛି । ୪ ଜଣ ଲୁଟେରା ବିଳମ୍ବିତ ରାତିରେ ମନ୍ଦିର ଭିତରେ ପଶିଥିଲେ ।

୨ ଜଣ  ଲୁଟେରା   ମନ୍ଦିର ଫାଟକ ମୁହଁରେ ଜଗି ରହିଥିବା ବେଳେ ଅନ୍ୟ ୨ ଜଣ  ଲୁଟେରା ହୁଣ୍ଡିର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଉଥିବା ଭିଡିଓ ମନ୍ଦିରରେ ଲାଗିଥିବା ସିସିଟିଭି କ୍ୟାମେରାରେ ସମ୍ପୁର୍ଣ୍ଣ ରେକର୍ଡ଼ ହୋଇଛି । ଏ ନେଇ ଟାଙ୍ଗୀ ଥାନାରେ ଅଭିଯୋଗ ପରେ   ପୋଲିସ୍ ତଦନ୍ତ  ଜାରି ରଖିଛି । ତେବେ ଏହି ଲୁଟ୍ ଘଟଣାକୁ ନେଇ ସାନିଟିଫିକ ଟିମ୍ ତଦନ୍ତ ପାଇଁ ସାଧାରଣରେ ଦାବି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.