Below header

ଲକ୍‌ଡାଉନ୍‌ ଯୋଗୁ ପ୍ରଭାବିତ ହୋଇଛି ନୟାଗଡ଼ର ଇକୋ ଭିଲେଜ୍‌ ମୁଦୁଲିଗାଡ଼ିଆ, ଆଉ ଦେଖିବାକୁ ମିଳୁନାହାନ୍ତି ପର୍ଯ୍ୟଟକ

ନୟାଗଡ଼ : ଘରର କାନ୍ଥରେ ଅଙ୍କାଯାଇଛି ସୁନ୍ଦର ସୁନ୍ଦର ଫୁଲର ଚିତ୍ର। ତା ସହ କାନ୍ଥରେ ପକାଯାଇଛି ଝୋଟି। ଚାରିପଟେ ସବୁଜ ବନାନୀ। ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ଛାମୁଣ୍ଡିଆ ପଞ୍ଚାୟତରେ ଥିବା ସ୍ୟାଣ୍ଡ ରିସୋଟ୍‌ର ଦୃଶ୍ୟ। ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ପର୍ଯ୍ୟଟକ ଏହି ସ୍ଥାନକୁ ବୁଲିବା ପାଇଁ ଆସିଥାନ୍ତି। ଲକ୍‌ଡାଉନ୍‌ ଯୋଗୁ ପ୍ରଭାବିତ ହୋଇଛି ନୟାଗଡ଼ର ଇକୋ ଭିଲେଜ୍‌ ମୁଦୁଲିଗାଡ଼ିଆ। ଚାରିଆଡେ ଏବେ ଶୂନ୍‌ଶାନ୍‌। ଆଉ ଦେଖିବାକୁ ମିଳୁନାହାନ୍ତି ପର୍ଯ୍ୟଟକ।

sandମଙ୍ଗାନାସୀ ଗାଁର ୩୦ରୁ ଅଧିକ ମହିଳା ଏକ ଏସ୍‌ଏଜି ଗ୍ରୁପ୍‌ କରି ଏହି ରିସୋର୍ଟକୁ ପରିଚାଳନା କରୁଛନ୍ତି। ପ୍ରତି ବର୍ଷ ଏକ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଏହି ରିସୋର୍ଟରୁ ଲାଭ ହୋଇଥାଏ। ଏବେ କରୋନା ଲକ୍‌ଡାଉନ ଯୋଗୁ ବହୁ କ୍ଷତି ଘଟିଛି। ଅକ୍ଟୋବର ମାସରୁ ଏହି ସ୍ୟାଣ୍ଡ ରିସୋର୍ଟ ଖୋଲାଯାଇ ମେ’ମାସ ଯାଏ ଚାଲିଥାଏ। ବୋଟିଂ ସହ ମହାନଦୀ ବାଲିରେ ନିର୍ମାଣ ହୋଇଥିବା ଅସ୍ଥାୟୀ ଟେଣ୍ଟରେ ରହିବା, ସ୍ୱତନ୍ତ୍ର କାଠ ଘରେ ରହିବା ସହ ଗଛ ଉପରେ ଚାଲି ଚାଲି ଯିବା ସମସ୍ତ ବ୍ୟବସ୍ଥା କରାଯାଇଛି। ଏବେ ପର୍ଯ୍ୟଟକ ଆସୁନଥିବାରୁ ହାତ ବାନ୍ଧି ବସିଛନ୍ତି ମଙ୍ଗାନାସୀ ଗାଁର ମହିଳା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.