ଡିପ୍ରେସନ ଯୋଗୁଁ ରେସଲର ବନିଥିଲେ Dwayne Johnson, କିନ୍ତୁ ପୂର୍ବରୁ କରୁଥିଲେ ଏହି କାମ

Dwayne Johnson କୁ ଆପଣ ସମସ୍ତେ ଜାଣିଥିବେ। ଛୋଟ ଠାରୁ ଆରମ୍ଭ କରି ବଡ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ରକ୍‌ ଭାବେ ଚିହ୍ନନ୍ତି। ରେସିଲିଂ ଦୁନିଆରୁ ହଲିଉଡ ଜଗତରେ ଏଣ୍ଟ୍ରି କରିଥିଲେ ଡେଓ୍ଵନ। ଫିଲ୍ମ ଦୁନିଆରେ ଏଣ୍ଟ୍ରି କରିବା ପୂର୍ବରୁ ରେସଲିଂ ଜଗତର ବାଦଶାହା ଥିଲେ ଡେଓ୍ଵନ। କିନ୍ତୁ ଏହି ଇଣ୍ଡଷ୍ଟ୍ରୀକୁ କ’ଣ ପାଇଁ ସେ ପ୍ରବେଶ କରିଥିଲେ, ହୁଏତ ସେକଥା ବହୁତ କମ୍‌ ଲୋକ ଜାଣିଥିବେ।

jhonson

ମାତ୍ର ୨୦ ବର୍ଷ ବୟସରେ ଆମେରିକା ଫୁଟବଲ ଟିମ କେଲଗରୀ ଷ୍ଟେମ୍ପଡର୍ସ ତରଫରୁ ଖେଳୁଥିଲେ କିନ୍ତୁ ତାଙ୍କୁ ଟିମ୍‌ରୁ ବାହାର କରିଦିଆଯାଇଥିଲା। ଯେଉଁଥି ପାଇଁ ସେ ଡିପ୍ରେସନରେ ସବୁବେଳେ ରହୁଥିଲେ। କିନ୍ତୁ ମାତ୍ର ୬ ସପ୍ତାହ ପରେ ଫୁଟବଲ ଟିମ୍‌ କୋଚ ତାଙ୍କୁ ପୁଣି ଥରେ ଟିମକୁ ଯିବା ପାଇଁ କହିଥିଲେ, କିନ୍ତୁ ସେ ମନା କରିଦେଇଥିଲେ। ଫୁଟବଲ ଟିମରୁ ବାହାରିବା ପରେ ରେସଲିଂରେ ଏଣ୍ଟ୍ରି କରିଥିଲେ ଡେଓ୍ଵନ।

ଡେଓ୍ଵନଙ୍କର ଫ୍ୟାନସଂଖ୍ୟା ତ ଅଧିକ । କିନ୍ତୁ କ’ଣ ଜାଣନ୍ତି କି ବଲିଉଡ ଷ୍ଟାର ବରୁଣ ଧଓ୍ଵନ ମଧ୍ୟ ତାଙ୍କର ବଡ ପ୍ରଶଂସକ ଅଟନ୍ତି। ତାଙ୍କ ଜନ୍ମଦିନରେ ବରୁଣ ତାଙ୍କୁ ଟ୍ଵିଟ୍‌ କରି ବାର୍ଥ ଡେ ଶୁଭକାମନା ଜଣାଇଛନ୍ତି। ଏହାଛଡା ଡେଓ୍ଵନ ବଲିଉଡର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ସହିତ ମଧ୍ୟ ନଜର ଆସିଛନ୍ତି। ଫିଲ୍ମ ‘ବେଓ୍ଵାଚ’ରେ ଦୁହିଁଙ୍କୁ ଦେଖିବାକୁ ମିଳିଥିଲା। ହଲିଉଡ ଫିଲ୍ମ ‘ଫାଷ୍ଟ ଆଣ୍ଡ ଫ୍ୟୁରିଅସ, ଗିରିଡିଓଁ ଗ୍ୟାଙ୍ଗ, ଫାଷ୍ଟର, ଜୁମାଞ୍ଜୀ ଭଳି ଫିଲ୍ମରେ ନଜର ଆସିସାରିଛନ୍ତି। ଡେଓ୍ଵନଙ୍କୁ ସୋସିଆଲ ମିଡିଆରେ ୧୮ କୋଟିରୁ ଉର୍ଦ୍ଧ୍ୱ ଫଲୋୟର୍ସ ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.