ଗଜପତି ଜିଲ୍ଲା ବୁଢାଦିହ ଗ୍ରାମରେ ଅଘଟଣ: ହରଭଙ୍ଗୀ ଡ୍ୟାମରେ ବୁଡି ମାଇଁ, ଭାଣିଜୀ ମୃତ

ମୋହନା: ଗଜପତି ଜ଼ିଲ୍ଲା ଅଡବା ଥାନା ବୁଢାଦିହ ଗ୍ରାମ ନିକଟରେ ଥିବା ହରଭଙ୍ଗୀ ଡ୍ୟାମରେ ବୁଡି ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ସେହି ଗ୍ରାମର ମହିଳା ଏବନି ମଣ୍ଡଳ ଏବଂ ତାଙ୍କ ନାବାଳିକା ଭାଣିଜୀ ଇଶ୍ମାଞ୍ଜଳି ଶବର l ଗତକାଲି ଅପରାହ୍ନରେ ଦୁହେଁ କାଜୁ ତୋଳିବା ପାଇଁ ବଗଡ଼ କୁ ଯାଇଥିଲେ ପରେ ଗାଧୋଇବା ପାଇଁ ଡ୍ୟାମକୁ ଯାଇଥିଲେ । ସେହି ସମୟରେ ପ୍ରଥମେ ଭାଣିଜୀ ବୁଡିଯାଇଥିଲେ।ଫଳରେ ତାକୁ ବଞ୍ଚାଇବାକୁ ଯାଇ ମାଇଁ ମଧ୍ୟ ପାଣିରେ ବୁଡି ଯାଇଥିଲେ l ଆଜି ମୋହନା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ମୃତଦେହ ଡ୍ୟାମରୁ ଉଦ୍ଧାର କରିଛି l ଅଡବା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ଜବତ କରିବା ସହ ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲ ପଠାଇଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.