ଆଉ ୧୨ଜଣ CRPF ଜବାନ କରୋନା ପଜିଟିଭ, ୧୫୦ଜଣଙ୍କ ରିପୋର୍ଟକୁ ଅପେକ୍ଷା

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୭ ହଜାର ପାର କରିଗଲାଣି। ଏହିସବୁ ମଧ୍ୟରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (CRPF)ର ଦିଲ୍ଲୀ ସ୍ଥିତ ବାଟାଲିୟନର ଆଉ ବାର ଜଣ ଜବାନ କରୋନା ଟେଷ୍ଟରେ ପଜିଟିଭ ମିଳିଛନ୍ତି। ଏହି ଯବାନମାନେ ହେଉଛନ୍ତି ମୟୁର ବିହାର ଫେଜ-୩ରେ ସ୍ଥିତ ୩୧ତମ ବାଟାଲିୟନର ସଦସ୍ୟ ଅଟନ୍ତି। ଏହାକୁ ମିଶାଇ ସିଆରପିଏଫ ଯବାନଙ୍କ କରୋନା ଭାଇରସ ସଂଖ୍ୟା ୧୨୨ରେ ପହଁଚିଛି। ସେହିପରି ୧୫୦ ଜଣ ଯବାନଙ୍କ ଟେଷ୍ଟ ରିପୋର୍ଟ ଏଯାଏଁ ଆସିନାହିଁ। ସଂକ୍ରମିତ ବାହାରିବା ପରେ ସେହି ଅଞ୍ଚଳକୁ ସିଲ କରିଦିଆଯାଇଛି।

crpfଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ୧୨୨ ଜଣ ଯବାନଙ୍କ ନମୂନା ଟେଷ୍ଟ ପାଇଁ ଯାଇଥିଲା। ଏଥିମଧ୍ୟରୁ ୧୨ ଜଣ ଜବାନଙ୍କ ରିପୋର୍ଟ ପଜିଟିଭ ଆସିଛି। ଏହାସହିତ ଏହି ବାଟାଲିୟନରେ ସଂକ୍ରମିତଙ୍କ ସଂଖ୍ୟା ୬୪ରେ ପହଁଚିଛି।

ସେହିପରି ମହାରାଷ୍ଟ୍ରର ମୋଲଗାଁଓରେ ୪୦ ଜଣ ପୋଲିସକର୍ମୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ସମସ୍ତ ପୋଲିସକର୍ମୀ ସହରର କଣ୍ଟେନମେଣ୍ଟ ଜୋନରେ ଡ୍ୟୁଟି କରୁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.