ହାତରୁ ଗଲା ବଙ୍ଗଳା, ହନିଟ୍ରାପ୍‌ କୁଇନ୍‌ ଅର୍ଚ୍ଚନା ନାଗଙ୍କ ସାଢେ ୩ କୋଟିର ଆଲିସାନ୍‌ କୋଠା ଆଟାଚ୍‌

ଭୁବନେଶ୍ୱର (କେନ୍ୟୁଜ): ହାତରୁ ଗଲା ବଙ୍ଗଳା। ଅର୍ଚ୍ଚନା ନାଗଙ୍କ ସତ୍ୟବିହାର ବିଳାସପୂର୍ଣ୍ଣ ଘର ଆଟାଚ୍‌ କଲା ଇଡି । ଏହି ଘରର ମୂଲ୍ୟ ୩କୋଟି ୪୦ ଲକ୍ଷ ହେବ ବୋଲି ଆକଳନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟା ଏହାସହ ଅର୍ଚ୍ଚନା ନାଗଙ୍କ କଳାଟଙ୍କା ମାମଲାରେ ୨ ହଜାର ୨୪୧ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କରିଛି । ଅର୍ଚ୍ଚନା ନାଗଙ୍କ ସମେତ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଓ ସହଯୋଗୀ ଖଗେଶ୍ୱର ପାତ୍ରଙ୍କ ବିରୋଧରେ ବି ଚାର୍ଜସିଟ୍‌ ଦାଖଲ ହୋଇଛି । ଅଭିଯୁକ୍ତ ତାଲିକାରେ ଅଛନ୍ତି ଶ୍ରଦ୍ଧାଞ୍ଜଳି । ମୋଟ ୪ ଜଣଙ୍କ ନାଁରେ ଚାର୍ଜସିଟ ଦାଖଲ ହୋଇଛି । ଶ୍ରଦ୍ଧାଞ୍ଜଳିଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ କରିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ବର୍ତ୍ତମାନ ସୁଦ୍ଧା ମିଳିଥିବା ସବୁ ତଥ୍ୟ ପ୍ରମାଣ ଏଥିରେ ରହିଛି । ଚାର୍ଜସିଟ୍‌ରେ ଅର୍ଚ୍ଚନାଙ୍କୁ ମୁଖ୍ୟ ଅଭିଯୁକ୍ତ ବୋଲି ଉଲ୍ଲେଖ କରିଛି ଇଡି । ସେ ହିଁ ରଚୁଥିଲେ ହନିଟ୍ରାପ, ସେକ୍ସଟୋର୍ସନ ଓ ବ୍ଲାକମେଲ ବ୍ୟୂହ । ସହଯୋଗ କରୁଥିଲେ ଖଗେଶ୍ୱର ଓ ଜଗବନ୍ଧୁ । ଶ୍ରଦ୍ଧାଞ୍ଜଳିଙ୍କୁ ବ୍ୟବହାର କରି ଅର୍ଚ୍ଚନା ନାଗ କୋଟି କୋଟି ଟଙ୍କା କମାଇଥିବା ର୍ଚାଜସିଟରେ ଉଲ୍ଲେଖ ରହିଛି । ଇଡି ସଂଗ୍ରହ କରିଥିବା ସମସ୍ତ ତଥ୍ୟକୁ ଆଟାଚ୍‌ କରିଛି ଇଡି । ଅର୍ଚ୍ଚନା ମାମଲାରେ ୧୫ ଜଣ ସାକ୍ଷୀ ରହିବେ । ବିଗତ ଦିନରେ ଇଡି ଅଫିସରେ ହାଜିରା ଦେବା ସହ ଯେଉଁମାନେ ଜେରାର ସାମନା କରିଥିଲେ ସେମାନେ ରହିବେ ସାକ୍ଷୀ । PMLA ଧାରା ୫୦ରେ ସେମାନଙ୍କର ଅଡିଓ ଓ ଭିଡିଓ ରେକର୍ଡିଂ କରିଥିଲା ଇଡି ।

ସେସବୁକୁ ଚାର୍ଜସିଟରେ ଉଲ୍ଲେଖ କରିଥିବା ସୂଚନା ମିଳିଛି । ଏକାଧିକ ଭିଡିଓ କ୍ଲିପ୍‌ ଓ ଫୋନ୍‌ କଲ୍‌ ରେକର୍ଡିଂ ସହ ଅନ୍ୟାନ୍ୟ ପ୍ରମାଣ ଓ ଦସ୍ତାବିଜ୍‌ ମଧ୍ୟ ଚାର୍ଜସିଟରେ ଉଲ୍ଲେଖ ରହିଛି । ଚାର୍ଜସିଟ୍‌ ଆଧାରରେ ଶ୍ରଦ୍ଧାଞ୍ଜଳିଙ୍କୁ ସମନ କରିବେ କୋର୍ଟ । ଗତକାଲି ପ୍ରାଥମିକ ଚାର୍ଜସିଟ ଦାଖଲ କରିଛି ଇଡି । ପରବର୍ତ୍ତୀ ଚାର୍ଜସିଟରେ କିଛି ବଡ଼ବଡ଼ିଆଙ୍କ ନାଁ ରହିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.