ଅଭିନେତା ଶ୍ରୀତମଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଜେରା

sritam dasଭୁବନେଶ୍ବର: ଅଭିନେତା ଶ୍ରୀତମ ଦାସଙ୍କୁ ଜେରା। ଶ୍ରୀତମଙ୍କୁ ଜେରା କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ହାଜର ହେବା ପାଇଁ ଇଡି ତାଙ୍କୁ ସମନ କରିଥିଲା। ଫିଲ୍ମରେ ଚିଟଫଣ୍ଡ ଟଙ୍କା ଲାଗିଥିବା ନେଇ ଜେରା କରାଯାଉଥିବା ସୂଚନା ମିଳିଛି। ‘ତୁ ଥା ମୁଁ ଯାଉଛି ରୁଷି’ଫିଲ୍ମରେ ଲାଗିଥିଲା ଟଙ୍କା।

sritamଚିଟଫଣ୍ଡ ସଂସ୍ଥା ଷ୍ଟାରକନସଲଟାନ୍ସି ମୁଖ୍ୟ ତ୍ରିବେଣୀ ମହାନ୍ତି ଲିଙ୍କରେ ଶ୍ରୀତମଙ୍କୁ ଜେରା କରାଯାଉଛି। ସେପଟେ ଆଜି ପୁଣି ସିବିଆଇରେ ହାଜର ହୋଇଛନ୍ତି ସି-ସୋର ମୁଖ୍ୟ ପ୍ରଶାନ୍ତ ଦାଶ। ସି-ସୋର ଚିଟଫଣ୍ଡ ଠକେଇ ମାମଲାରେ ସିବିଆଇ ପ୍ରଶାନ୍ତ ଦାଶଙ୍କୁ ଗତକାଲି ପ୍ରାୟ ୩ଘଣ୍ଟା ଧରି ଜେରା କରିଥିଲା।

Leave A Reply

Your email address will not be published.