ଅର୍ଚ୍ଚନାର ବ୍ୟାଙ୍କ ଆକାଉଣ୍ଟ ଓ ସମ୍ପତ୍ତିର ହିସାବ ଖୋଜୁଛି ଇଡି, ବଡ଼ବଡ଼ିଆଙ୍କ ଛାତି ଧଡଧଡ

ଭୁବନେଶ୍ୱର(କେନ୍ୟୁଜ୍): ଅର୍ଚ୍ଚନା ନାଗ ମାମଲା। ଅର୍ଚ୍ଚନାର ବ୍ୟାଙ୍କ ଆକାଉଣ୍ଟ ଓ ସମ୍ପତ୍ତିର ହିସାବ ଖୋଜୁଛି ଇଡି । ଇଡ଼ିର ୫ ଜଣିଆ ଟିମ୍‌ କରୁଛି ତନାଘନା। ତା ସହ ବିଭିନ୍ନ ଘରୋଇ ବ୍ୟାଙ୍କ୍‌ରେ ଅର୍ଚ୍ଚନାଙ୍କର ମଧ୍ୟ ରହିଛି ଆକାଉଣ୍ଟ। ଅର୍ଚ୍ଚନା-ଜଗବନ୍ଧୁ ଓ ସହଯୋଗୀ ଖଗେଶ୍ୱରଙ୍କଙ୍କ ବଡ଼ବଡ଼ିଆଙ୍କ ସହ ରହିଛି ଲିଙ୍କ୍‌ । ଖୁବ୍‌ଶୀଘ୍ର ପୀଡ଼ିତା ଓ ଖଗେଶ୍ୱରଙ୍କୁ ସମନ କରିବ ଇଡି ।

ଇଡ଼ି ଅଫିସରେ କରିବ ପଚରାଉଚରା। ଅର୍ଚ୍ଚନା ଲିଙ୍କ୍‌ରେ ଥିବା ବଡ଼ବଡ଼ିଆଙ୍କୁ ମଧ୍ୟ ସମନ କରିବ ଇଡି। ଯାହାର ଲିଙ୍କ୍‌ ଜଣାପଡିବ ସେମାନଙ୍କର ହେବ ପଚରାଉଚରା।  ଅକ୍ଟୋବର ୭ରେ ଅର୍ଚ୍ଚନା ନାଗ ଗିରଫ ହୋଇଥିଲେ। ପରେ ଅକ୍ଟୋବର ୨୧ ତାରିଖରେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁକୁ ସତ୍ୟବିହାର ଘରୁ ଗିରଫ କରିଥିଲା ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.