Below header

ଅର୍ଚ୍ଚନା ମାମଲାରେ ୧୫ ଜଣଙ୍କୁ ଇଡିର ସମନ୍‌, ଆଜିଠୁ ପର୍ଯ୍ୟାୟ କ୍ରମେ ସବୁ ହେବେ ହାଜର

ଭୁବନେଶ୍ୱର(କେନ୍ୟୁଜ୍): ଅର୍ଚ୍ଚନା ନାଗ ମନି ଲଣ୍ଡରିଂ ମାମଲାରେ ହଟୁଛି କଳା କାରନାମାର ପର୍ଦ୍ଦା । ଉଭାନ ଏଣ୍ଡେଭର୍‌ ମିଳିବା ପରେ ଖୋଳତାଡକୁ ଜୋରଦାର କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅର୍ଚ୍ଚନା ମାମଲାରେ ଇଡି ୧୫ ଜଣଙ୍କୁ ସମନ୍‌ ହୋଇଛି । ଆଜିଠୁ ସେମାନେ ପର୍ଯ୍ୟାୟ କ୍ରମେ ଇଡିରେ ହାଜର ହେବେ । ସେମାନଙ୍କୁ ଜେରା କରିବେ ଇଡି ଅଧିକାରୀ । ତାଲିକାରେ ଅଛନ୍ତି ବ୍ୟବସାୟୀ, ନେତା, ବିଲଡର । ୨୭ ତାରିଖ ଭିତରେ ଇଡିରେ ୧୫ ଜଣ ହାଜର ହେବେ । ଅର୍ଚ୍ଚନାଙ୍କ ଲିଙ୍କରେ ଥିବା ବଡ଼ବଡ଼ିଆଙ୍କ ନିଦ ହଜିଯାଇଛି ।

ସେହିପରି ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ବି ଆସନ୍ତାକାଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବେ । ତାଙ୍କୁ ପୂର୍ବରୁ ନୋଟିସ୍‌ ହୋଇଥିଲା । ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ୱରକୁ ୧୦ ଦିନିଆ ରିମାଣ୍ଡରେ ନେଇ ଅନେକ ତଥ୍ୟ ପାଇଛି ଇଡି । ରିମାଣ୍ଡ ସରିଥିବାରୁ ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ । ଖଗେଶ୍ୱରଠାରୁ ମିଳିଥିବା ତଥ୍ୟ ଆଧାରରେ ଅର୍ଚ୍ଚନାଙ୍କ ଲିଙ୍କରେ ଥିବା ବ୍ୟକ୍ତି ବିଶେଷଙ୍କୁ ସମନ୍‌ ହୋଇଛି । ଆଗକୁ କେଉଁ ବଡ଼ବଡ଼ିଆ ଇଡିରେ ହାଜର ହେବେ ତାଉପରେ ଏବେ ନଜର । ଅନ୍ୟପଟେ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ଖୁବଶୀଘ୍ର ମୁହାଁମୁହିଁ ଜେରା ବି କରିପାରେ ଇଡି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.