Below header

ସାଇକିଲିଂ ଚାମ୍ପିୟନସିପ; ଅଭ୍ୟାସ ପାଇଁ ସୁବିଧା ସୁଯୋଗ ଯୋଗାଇ ଦେଇଛି କିଟ୍‌ : ବିଜେତା ଛାତ୍ରୀ

ରାଜ୍ୟ ସାଇକିଲିଂ ଆସୋସିଏସନ ଓ ସୁନ୍ଦରଗଡ଼ ଜିଲ୍ଲା କ୍ରୀଡ଼ା ସଂସଦ ଆନୁକୁଲ୍ୟରେ ୩୯ତମ ରାଜ୍ୟ ସାଇକେଲିଂ ଚାମ୍ପିୟନସିପ୍‌ ଉଦଯାପିତ । ଉଭୟ ପୁରୁଷ ଓ ମହିଳା ବର୍ଗରେ ବାଜି ମାରିଛନ୍ତି ଭୁବନେଶ୍ୱର କିସ୍‌ ଛାତ୍ରଛାତ୍ରୀ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୮୦ଜଣ ପ୍ରତିଯୋଗୀ ଏହି ଚାମ୍ପିୟନସିପରେ ଭାଗ ନେଇଥିଲେ । ଗତ ଦୁଇ ଦିନ ଧରି ପ୍ରତିଯୋଗିତା ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ବେହେରା ଅତିଥି ଭାବେ ଯୋଗଦେଇ ଖେଳାଳିଙ୍କୁ ପୁରସ୍କୃତ କରିଥିଲେ ।

ସାଇକେଲିଂ ପାଇଁ ଅମେ ସୁନ୍ଦରଗଡ ଆସି ବେଶ୍‌ ଖୁସି ବୋଲି କହିଛନ୍ତି ବିଜେତା ହୋଇଥିବା କିସ୍‌ ଛାତ୍ରୀ । ଅଭ୍ୟାସ ପାଇଁ କିସ୍‌ ଓ କିଟ୍‌ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଯେଭଳି ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି ସେଥିପାଇଁ ଆମେ ଏଠି ବିଜେତା ହୋଇ ମେଡାଲ ପାଇଛୁ । ଏହି ଅବସରରେ ରାଜ୍ୟ ଫୁଟବଲ ରେଫରୀ ମୁଖ୍ୟ ଦୁର୍ଗା ମାଧବ ନାଏକ, ଜାତୀୟ ଅଥଲେଟ ପ୍ରସନ୍ନ ଠାକୁର ପ୍ରମୁଖ ଯୋଗ ଦେଇଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.