ଯାଜପୁର କୋରେଇ ଷ୍ଟେସନରେ ଭୟଙ୍କର ଦୁର୍ଘଟଣା, ଯାତ୍ରୀ ବିଶ୍ରାମାଗାର ଭିତରକୁ ମାଡ଼ିଗଲା ମାଲବାହୀ ଟ୍ରେନ୍

ଯାଜପୁର ରୋଡ୍(କେନ୍ୟୁଜ୍):ବଡ଼ ଧରଣର ଦୁର୍ଘଟଣା। ମାଡ଼ିଗଲା ମାଲବାହୀ ଟ୍ରେନ୍‌। ୨ ମୃତ, ଏକାଧିକ ଆହତ। ଯାଜପୁରରୋଡ଼ କୋରେଇ ଷ୍ଟେସନରେ ଲାଇନଚ୍ୟୁତ ହୋଇଛି ମାଲବାହୀ ଟ୍ରେନ୍‌ ।

ଭଦ୍ରକରୁ କଟକ ଯିବାବେଳେ କୋରେଇ ଷ୍ଟେସନରେ ଲାଇନ୍‌ଚ୍ୟୁତ ହୋଇଛି ଟ୍ରେନ୍‌। ୧୨ଟି ୱାଗନ ଟ୍ରାକରୁ ବାହାରି ଯାଇଛି । କିଛି ୱାଗନ ଷ୍ଟେସନ ଭିତରେ ପଶି ଯାଇଛି । ଯାତ୍ରୀ ବିଶ୍ରାମାଗାର ଓ ଟିକେଟ କାଉଣ୍ଟର ଉପରେ ମାଡିଯାଇଛି ଟ୍ରେନ୍‌ । ଭାଙ୍ଗିଯାଇଛି ଷ୍ଟେସନ ବିଲଡିଂ । ଷ୍ଟେସନରେ ଥିବା ଫୁଟ ଓଭର୍‌ ବି ଭାଙ୍ଗିଛି ।

ବଗି ତଳେ ଏକାଧିକ ଲୋକ ଚାପି ହୋଇ ରହିଥିବା ସୂଚନା । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ଅଗ୍ନିଶମ ବାହିନୀ । ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଅତିରିକ୍ତ ତହସିଲଦାର ପହଞ୍ଚିଛନ୍ତି। ସେପଟେ କିପରି ଘଟିଲା ଦୁର୍ଘଟଣା ତାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

ସମବେଦନା ଜଣାଇବା ସହ ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ :

ଏପଟେ ଯାଜପୁର କୋରେଇ ଷ୍ଟେସନରେ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ ହୋଇ ଦୁର୍ଘଟଣା ଖବର ଅତ୍ୟନ୍ତ ଦୁଃଖଦାୟକ, ଏଥିରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.