Below header

ଅର୍ଚ୍ଚନା ନାଗଙ୍କୁ ୭ ଦିନିଆ ରିମାଣ୍ଡରେ ନେବ ଇଡି: ଗଣମାଧ୍ୟମ ପ୍ରଶ୍ନ ଶୁଣି ଚିହିଁକି ଉଠିଥିଲେ ଅର୍ଚ୍ଚନା

ଅର୍ଚ୍ଚନା ନାଗଙ୍କୁ ୭ ଦିନିଆ ରିମାଣ୍ଡରେ ନେବ ଇଡି । ୧୫ ଦିନ ପାଇଁ ରିମାଣ୍ଡ ଆବେଦନ କରିଥିବା ବେଳେ ୭ ଦିନ ଅନୁମତି ଦେଇଛନ୍ତି କୋର୍ଟ । ଅର୍ଚ୍ଚନାଙ୍କ ପାଇଁ ୧୦୦ ପ୍ରଶ୍ନ ପ୍ରସ୍ତୁତ କରିଛି ଇଡି । ଅନ୍ୟପଟେ ଆଜି କୋର୍ଟରେ ହାଜର ହେବାବେଳେ ବିସ୍ଫୋରକ ବୟନା ରଖିଥିଲେ ଅର୍ଚ୍ଚନା ନାଗ । ତଥାକଥିତ ଭିକ୍ଟିମ୍‌ କୁଆଡେ ଗଲେ ଓ ଶ୍ରଦ୍ଧାଞ୍ଜଳି କୁଆଡ଼େ ଗଲେ ବୋଲି ପ୍ରଶ୍ନ କରିଛନ୍ତି । ସେହିଭଳି ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କଠାରୁ ଟଙ୍କାଟିଏ ନେଇନଥିବା କହିଛନ୍ତି ଅର୍ଚ୍ଚନା ନାଗ୍‌ ।

ବିଷ ଓଗାରିଲେ ଅର୍ଚ୍ଚନା ନାଗ୍‌ । ରାଗ ତମ୍‌ ତମ୍‌ ଅର୍ଚ୍ଚନାଙ୍କ ମୁହଁରୁ ବିସ୍ଫୋରଣ । କୋର୍ଟରେ ହାଜର ବେଳେ ଗଣମାଧ୍ୟମ ପ୍ରଶ୍ନକୁ ଏଡ଼ାଇ ନିଜେ ପ୍ରଶ୍ନ ବାଣ ଛାଡ଼ିଥିଲେ । ଗଣମାଧ୍ୟମ ପ୍ରଶ୍ନ ଶୁଣି ଚିହିଁକି ଉଠିଥିଲେ ଅର୍ଚ୍ଚନା । କହିଥିଲେ େଓ୍ଵଲ୍‌ ସ୍କ୍ରିପ୍‌ଟେଡ୍‌ ସ୍କ୍ରିପ୍ଟ ଚଲାଉଛନ୍ତି । ଚିତ୍କାର କରି କହିଥିଲେ, ତଥାକଥିତ ଭିକ୍ଟିମ୍‌ କୁଆଡେ ଗଲେ ? ଗଣମାଧ୍ୟମ ସମ୍ମୁଖକୁ କାହିଁକି ଆସୁନାହାନ୍ତି ? ମୋତେ ଆରେଷ୍ଟ କଲେ । ପରିବାରକୁ ନଜରବନ୍ଦୀ ରଖାଗଲା । ମୋତେ ଫସାଇ ଦିଆଯାଇଛି । କିଏ ଫସାଇ ଦେଇଛି ତାର ତଦନ୍ତ ହେଉ ବୋଲି କହିଛନ୍ତି ଅର୍ଚ୍ଚନା । ଶ୍ରଦ୍ଧାଞ୍ଜଳି ଗଲେ କୁଆଡେ ? ତାଙ୍କୁ କହିବାକୁ ସ୍କୋପ୍‌ ଦିଆଯାଉନି । ଅକ୍ଷୟ ପରିଜାଙ୍କ ପାଖରୁ କିଛି ନେଇ ନାହାନ୍ତି ବୋଲି ଗଣମାଧ୍ୟମକୁ କହିଛନ୍ତି ଅର୍ଚ୍ଚନା ନାଗ । ମୋ ମୁହଁ ବନ୍ଦ କରି କୋର୍ଟକୁ ନିଆଯାଉଛି । ସବୁ ଜିନିଷର ତଦନ୍ତ ହେଉ । ତଦନ୍ତ ହେଲେ ସବୁ ସତ ସାମ୍ନାକୁ ଆସିବ ବୋଲି କହିଛନ୍ତି ଅର୍ଚ୍ଚନା ନାଗ ।

 ଅର୍ଚ୍ଚନାଙ୍କ ବିସ୍ଫୋରକ ବୟାନ ପରେ ସବୁଠି ଚର୍ଚ୍ଚା । କିଏ ସେହି ତଥାକଥିତ ଭିକ୍ଟିମ୍‌ ? କାହା କଥା କହିବାକୁ ଚାହୁଁଛନ୍ତି ଅର୍ଚ୍ଚନା ? କହିଲେ ମୋତେ ଫସାଇ ଦିଆଯାଇଛି । ତେବେ କିଏ ଓ କାହିଁକି ଅର୍ଚ୍ଚନାଙ୍କୁ ଫସାଇଲା ? ଗଣମାଧ୍ୟମ ଆଗରେ କହିଲେ, କୁଆଡ଼େ ଗଲେ ଶ୍ରଦ୍ଧାଞ୍ଜଳି । ଶ୍ରଦ୍ଧାଞ୍ଜଳି କ’ଣ ମିଛ କହୁଛନ୍ତି ? ଶ୍ରଦ୍ଧାଞ୍ଜଳିଙ୍କ ଏତଲା କ’ଣ ମିଛ ? ଅର୍ଚ୍ଚନା କହିଲେ, ଖଗେଶ୍ୱର ପାଖ ଘରେ ରହୁଥିବାରୁ ସେ ତାଙ୍କୁ ଚିହ୍ନିଛନ୍ତି । ସତରେ କ’ଣ ସେ ଖଗେଶ୍ୱରକୁ ଜାଣିନାହାନ୍ତି ? ଖଗେଶ୍ୱର ସହ କିଛି ଟଙ୍କା ଦେଣନେଣ କ’ଣ କରିନାହାନ୍ତି ? ସବୁଠୁ ବଡ଼ କଥା ହେଲା, ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କଠାରୁ ଟଙ୍କାଟିଏ ନେଇନାହିଁ ବୋଲି କହିଲେ ଅର୍ଚ୍ଚନା । ସତରେ କ’ଣ ଅକ୍ଷୟ ପରିଜାଙ୍କ ଠାରୁ ଟଙ୍କାଟିଏ ନେଇନାହାନ୍ତି ? ଅକ୍ଷୟ ପରିଜାଙ୍କୁ ତିନି କୋଟି ଟଙ୍କା କାହିଁକି ମାଗୁଥିଲେ ? ଅର୍ଚ୍ଚନା ମୁହଁ ଖୋଲିବା ପରେ ଏମିତି ଅନେକ ପ୍ରଶ୍ନ ସାମ୍ନାକୁ ଆସିଛି ।

 କଡ଼ା ସୁରକ୍ଷା ଭିତରେ ଝାରପଡ଼ା ଜେଲରୁ କୋର୍ଟକୁ ଅଣାଯାଇଥିଲା । ରିମାଣ୍ଡରେ ନେଇ ଅଧିକ ତଥ୍ୟ ଖୋତାଡ଼ ପାଇଁ ୧୦୦ ପ୍ରଶ୍ନ ପ୍ରସ୍ତୁତ କରିଛି ଇଡି । ଅର୍ଚ୍ଚନା ମାମଲାରେ ୧୫ ଜଣଙ୍କ ମଧ୍ୟରୁ ଏବେ ସୁଦ୍ଧା ୯ ଜଣଙ୍କୁ ଜେରା କରିଛି ଇଡି । ସେମାନଙ୍କ ତଥ୍ୟ ଆଧାରରେ ପ୍ୟାନ ପ୍ରସ୍ତୁତ ହୋଇଛି । ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେବା ପରେ ପଉଣି ସେହି ବ୍ୟକ୍ତି ମାନଙ୍କୁ ଡାକି ମୁହାଁମୁହିଁ ଜେରା କରିବ ଇଡି । ୪ ବର୍ଷ ଭିତରେ କେମିତି ହେଲେ କୋଟିପତି ?କେଉଁମାନେ ତାଙ୍କ ଆକାଉଣ୍ଟରେ ଟଙ୍କା ଜମା କରିଛନ୍ତି । କାହାକୁ କାହାକୁ ଅର୍ଚ୍ଚନା ବ୍ଲାକମେଲିଂ କରିଛନ୍ତି ? ଟଙ୍କା ରୋଜଗାର କରିବାକୁ ଉତ୍ସ କ’ଣ ? ଅର୍ଚ୍ଚନାଙ୍କ କାରବାରରେ ଆଉ କିଏ ସାମିଲ ? ଏମିତି ପଶ୍ନର ଲମ୍ବା ତାଲିକା ପ୍ରସ୍ତୁତ କରିଛି ଇଡି । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.