Below header

WHO ରିପୋର୍ଟ : ଇଣ୍ଟରନେଟ ଜରିଆରେ ପିଲାଙ୍କ ଯୌନ ଶୋଷଣ କରିବା ଲୋକଙ୍କ ମଧ୍ୟରେ ଅଧିକାଂଶ ସେମାନଙ୍କର ପରିଚିତ, ଜାଣନ୍ତୁ ବଂଚିବାର ଉପାୟ

ନୂଆଦିଲ୍ଳୀ : ଇଣ୍ଟରନେଟ ପିଲାଙ୍କ ପାଇଁ ବହୁତ ମାରାତ୍ମକ ହୋଇଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ସଦ୍ୟ ରିପୋର୍ଟ ଅନୁଯାୟୀ, ୧୭-୧୮ ବର୍ଷର ପିଲା ଇଣ୍ଟନେଟରେ ଅଧିକ ଯୌନ ଶୋଷଣର ଶିକାର ହେଉଛନ୍ତି । କେତେକ ଦେଶରେ କରାଯାଇଥିବା ସର୍ଭେରୁ ଏହି ତଥ୍ୟ ମିଳିଛି । ସର୍ଭେ ଅନୁଯାୟୀ, ୧୧.୫ % ପିଲା ଅନଲାଇନ ଯୌନ ଶୋଷଣର ଶିକାର ହୋଇଥାନ୍ତି । ଏହା ମଧ୍ୟରେ ଯୌନ ସମ୍ବଳିତ ଫଟୋ ମଗାଯିବା, ଯୌନ ଉଦ୍ଦିପକ କଥା କହିବା, ଶିଶୁ ଯୌନ ଶୋଷଣର ଜୀବନ୍ତ ଷ୍ଟ୍ରିମିଙ୍ଗ ଏପରିକି ଧମକ ଦେଇ ଅର୍ଥ ଦାବି କରାଯାଇଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରେ ଦୁଇ ପ୍ରକାର ଯୌନ ଶୋଷଣ ଉପରେ ଫୋକସ କରାଯାଇଛି । ପ୍ରଥମ ଅନଲାଇନ ଯୌନ ଶୋଷଣ ଓ ଦୂରୁପଯୋଗ । ଏଥିରେ ଅନଲାଇନ ଗ୍ରୁମିଂ ବା ପିଲାଙ୍କୁ ନିଜର ନଗ୍ନ ଫଟୋ ଭିଡିଓ ପଠାଇବା ପାଇଁ ଉସୁକାଇବା, ବିନା ସହମତିରେ ଭୁଲ ଚାଟ ପଠାଇବା, ସେମାନଙ୍କୁ ବିଭିନ୍ନ ଲୋକଙ୍କ ପାଖକୁ ପଠାଇବା ।

୧୮ ବର୍ଷରୁ କମ ପିଲାଙ୍କ ଉପରେ ଅଧିକ ଲକ୍ଷ୍ୟ

ଆମେରିକାରେ ଯେଉଁ ସର୍ଭେ କରାଯାଇଛି, ସେଥିରେ ୧୮ ବର୍ଷରୁ କମ ୫% ପିଲା ଗ୍ରୁମିଂର ଶିକାର ହୋଇଛନ୍ତି । ୨୦୨୧ ରେ ବିଭିନ୍ନ ଇଲୋକ୍ଟ୍ରୋନିକ୍ସ ସଭି ର୍ସ ପ୍ରୋଭାଇଡରୁ ଶିଶୁ ଯୌନ ଶୋଷଣ ସମ୍ପର୍କିତ ୨.୯ କୋଟି ଫଟୋ ଧରାଯାଇଥିଲା । ୧୯ ଦେଶରେ କରାଯାଇଥିବା ସର୍ଭେରୁ ଜଣାପଡିଛି, ୯ ରୁ ୧୭ ବର୍ଷର ପିଲାଙ୍କ ମଧ୍ୟରେ ୧୧% ପିଲାଙ୍କ ପରିଚୟ ଚୋରି କରାଯାଇଛି ।

ଭାରତର ଶିଶୁଙ୍କ ଉପରେ ବି ନଜର

ଭାରତରେ ମଧ୍ୟ ଏହିପରି ଅପରାଧ ବଢ଼ୁଛି । ଇଣ୍ଟରପୋଲ ରିପୋର୍ଟ ଅନୁଯାୟୀ, ୨୦୧୭ ରୁ ୨୦୨୦ ମଧ୍ୟରେ ଭାରତରେ ଶିଶୁ ଯୌନ ଶୋଷଣର ୨୪ ଲକ୍ଷ ମାମଲା ରୁଜୁ ହୋଇଛି । ଏହା ମଧ୍ୟରେ ୮୦% ପୀଡିତ ୧୪ ବର୍ଷରୁ କମ ଝିଅ ଥିବା ଜଣାଯାଇଛି । ଏହି ପ୍ରକାର ମାମଲା ମଧ୍ୟ ଦ୍ରୁତ ଗତିରେ ବଢ଼ୁଥିବା ରିପୋର୍ଟରେ କୁହାଯାଇଛି । କେବଳ ଇଣ୍ଟରନେଟରେ ଚାଇଲ୍ଡ ପ୍ରୋନୋଗ୍ରାଫି ସମ୍ବନ୍ଧିତ ୧.୧୬ ଲକ୍ଷ ସର୍ଚ କରଯାଇଥିବା ଏକ ରିପୋର୍ଟରୁ ଜଣାଯାଇଛି ।

କେମିତି ଏଥିରୁ ବଂଚାଇବେ ପିଲାଙ୍କୁ

ଲକ୍ଷ୍ନୌ କିଙ୍ଗ ଜର୍ଜ ମେଡିକାଲ ୟୁନିଭରସିଟିର ମାନସିକ ଚିକିତ୍ସା ବିଭାଗ ପ୍ରଫସର ସୁଜିତ କୁମାରଙ୍କ ମତରେ ପିଲାଙ୍କ ଉପରେ ଇଣ୍ଟନେଟ ମେଡିଆ ଉପରେ ଅଂକୁଶ ଲଗାଇବା ପାଇଁ ଅଭିଭାବକ ସତର୍କ ହେବା ଉଚିତ୍‌ । ଯଦି ପିଲା ମୋବାଇଲ ଫୋନ ଉପରେ ଅଧିକ ସମୟ ବିତାଉଛନ୍ତି,ତେବେ ଏହାର ସିଧା ପ୍ରଭାବ ମସ୍ତିସ୍କ ଉପରେ ପଡିବ । ଏଥିପାଇଁ ପିଲାଙ୍କୁ ଏ ସମ୍ପର୍କରେ ସତର୍କ କରାଇବା ସହ ଶିକ୍ଷା ଦେବା କଥା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.