ଏକଜାଟ୍ ପୋଲ ପୂର୍ବରୁ ଆସିଲା ଏକଜିଟ୍ ପୋଲ୍: ବିପୁଳ ବିଜୟ ସହ କ୍ଷମତା ବଜାୟ ରଖିବ ବିଜେପି

କେନ୍ୟୁଜ୍(ବ୍ୟୁରୋ): ଗୁଜରାଟକୁ ପୋଛି ନେବ ବିଜେପି । ଏମିତି ଆକଳନ କରିଛନ୍ତି ବିଭିନ୍ନ ଏକଜିଟ୍ ପୋଲ୍ ସଂସ୍ଥା। ଗୁଜରାଟ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପରେ ଆସିଛି ଏକଜିଟ୍ ପୋଲ ଆକଳନ । ଗୁଜରାଟରେ ବିପୁଳ ବିଜୟ ସହ କ୍ଷମତା ବଜାୟ ରଖିବ ବିଜେପି । ସବୁ ଏକଜିଟ୍ ପୋଲ୍ ଏହି ଆକଳନ କରିଛନ୍ତି । ନିଉଜ ଏକ୍ସ ଆକଳନ ଅନୁସାରେ ବିଜେପିକୁ ୧୧୭ ରୁ ୧୪୦ ସିଟ୍ ମିଳିବ । କଂଗ୍ରେସକୁ ୩୪ ରୁ ୫୧ ଏବଂ ଆପ୍କୁ ୬ ରୁ ୧୩ ସିଟ୍ ମିଳିବ ।
ରିପବ୍ଲିକ୍ ଟିଭି ଆକଳନ କହୁଛି ବିଜେପିକୁ ୧୨୮ ରୁ ୧୪୮ ସିଟ୍ ମିଳିବ । କଂଗ୍ରେସକୁ ମିଳିବ ୩୦ ରୁ ୪୨ ସିଟ୍ । ଆପ୍ ୨ ରୁ ୧୦ଟି ସିଟ୍ ପାଇବ । ଟିଭି 9 ଗୁଜରାଟୀ ଆକଳନ କରିଛି, ବିଜେପିକୁ ୧୨୫ ରୁ ୧୩୦ ସିଟ୍ ମିଳିବ । କଂଗ୍ରେସକୁ ୪୦ ରୁ ୫୦ ଏବଂ ଆପ୍କୁ ୩ରୁ ୫ଟି ସିଟ୍ ମିଳିବ । ଏବିପି ସି ଭୋଟର ଆକଳନ ଅନୁଯାୟୀ ବିଜେପିକୁ ୧୨୮ ରୁ ୧୪୦ ସିଟ୍ ମିଳିବ ।
କଂଗ୍ରେସକୁ ୩୧ ରୁ ୪୩ ଏବଂ ଆପ୍କୁ ୩ ରୁ ୧୧ ସିଟ୍ ମିଳିବ । ଆଜ୍ତକ୍ ଆକ୍ସିସ ମାଇ ଇଣ୍ଡିଆ ଆକଳନ କରିଛି ବିଜେପିକୁ ୧୨୯ ରୁ ୧୫୧ ସିଟ୍ ମିଳିବ । କଂଗ୍ରେସକୁ ୧୬ରୁ ୩୦ ଏବଂ ଆପ୍କୁ ୯ ରୁ ୨୧ ସିଟ୍ ମିଳିବ । ଗୁଜରାଟରେ ୧୮୨ ସିଟ୍ରେ ନିର୍ବାଚନ ହୋଇଛି। ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୯୨ । ଏହା ଠାରୁ ଢ଼େର ଅଧିକ ସିଟ୍ ମିଳିବା ନେଇ ସବୁ ସଂସ୍ଥା ଆକଳନ କରିଛନ୍ତି ।