ଚାଣକ୍ୟ ନୀତି : ବିନାଶ ସମୟରେ ବ୍ୟକ୍ତିକୁ କିପରି ବ୍ୟବହାର କରିବା ଜରୁରୀ,ଜାଣନ୍ତୁ

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିଗୁଡିକ ଭିତରୁ କେତେ ନୀତି ଵା ବିଚାର ଆପଣଙ୍କୁ କଠୋର ଲାଗିପାରେ କିନ୍ତୁ ଏହି କଠୋରତା ହିଁ ଜୀବନର ସତ୍ୟ ଅଟେ । ବ୍ୟସ୍ତ ବହୁଳ ଜୀବନରେ ଆପଣ ଏହି ବିଚାରଗୁଡିକୁ ଅଣଦେଖା କରିଦେଇ ପାରନ୍ତି କିନ୍ତୁ ଏହା ଜୀବନର ପ୍ରତିଟି ଘଡ଼ିସନ୍ଧି ମୁହୁର୍ତ୍ତରେ ଆପଣଙ୍କୁ ସାହାଯ୍ୟ କରିଥାଏ । କୁହାଯାଏ ଯଦି କେହି ଚାଣକ୍ୟଙ୍କ ନୀତି ମାନିଥାନ୍ତି,ତାଙ୍କୁ ନିଶ୍ଚିତ ଭାବେ ସଫଳତା ମିଳିଥାଏ । ଚାଣକ୍ୟ ତାଙ୍କ ନୀତିରେ ବିନାଶ ସମୟରେ ବ୍ୟକ୍ତି କିପରି ବ୍ୟବହାର କରିବା ଉଚିତ୍‌ କହିଛନ୍ତି ।

ଶ୍ଳୋକ :

ନ ନିର୍ମିତା କେନ ନ ଦୃଷ୍ଟପୂର୍ବା ନ ଶ୍ରୁୟତେ ହେମମପି କୁରଙ୍ଗୀ ।

ତଥାପି ତୃଷ୍ଣା ରଘୁନନ୍ଦନସ୍ୟ ବିନାଶକାଳେ ବିପରୀତବୁଦ୍ଧିଃ ।।

ଅର୍ଥ :

ସ୍ୱର୍ଗ ନା କେହି ନିର୍ମାଣ କରିଛନ୍ତି ନା କେହି ଆଜିଯାଏ ଦେଖିଛନ୍ତି । ନା ସୁନା ହରୀଣ ବିଷୟରେ କେହି କେବେ ଶୁଣିଛନ୍ତି । ପୁଣି ବି ଶ୍ରୀରାମଙ୍କ ତୃଷ୍ଣା ଦେଖନ୍ତୁ, ବାସ୍ତବରେ ବିନାଶ ସମୟରେ ବୁଦ୍ଧି ବିପରୀତ ହୋଇଯାଇଥାଏ ।
ଆଚାର୍ଯ୍ୟ ଚାଣକ୍ୟ ଏହି ଶ୍ଳୋକରେ ରାମାୟଣର ସେହି ଛନ୍ଦର ଉଦାହରଣ ଦେଇଛନ୍ତି । ଯେଉଁଥିରେ ମାତା ସୀତାଙ୍କୁ ବନରେ ସୁନାର ହରୀଣ ଦେଖା ଦେଇଥିଲେ । ମାତା ତାକୁ ଧରିବା ପାଇଁ ଶ୍ରୀରାମଙ୍କୁ ପଠାଇଥିଲେ । ଏହାର ଉତ୍ତର ସ୍ପଷ୍ଟ ହେଲେ ବି ଏହାକୁ ଧରିବା ପାଇଁ ମର୍ଯ୍ୟାଦା ପୁରୁଷ ପୁରୁଷୋତ୍ତମ ରାମ ତା ପଛରେ ଧାଇଁଥିଲେ ।

ଯାହାଫଳରେ ରାବଣ ମାତା ସୀତାଙ୍କୁ ହରଣ କରିଥିଲା । ତେଣୁ ଏହା ସତ୍ୟ ଯେ ବିନାଶ ସମୟରେ ବ୍ୟକ୍ତିର ବୁଦ୍ଧି ବୀପରିତ ଦିଗକୁ ଚାଲିଯାଇଥାଏ । ତେଣୁ ସବୁ ସମୟରେ ମନ ଓ ମସ୍ତିସ୍କ ଉପରେ କାବୁ କରିବା ଉଚିତ୍‌ । ଏହାକୁ ସମସ୍ତେ ଶିକ୍ଷା କରି ପୁଣି ଦୋହରାଇବା କଥା ନୁହେଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.