ଏଚ୍ଆଇଭିକୁ ନେଇ ଆଶ୍ୱସ୍ତିକର ଖବର, ଏଡ୍ସ ପାଇଁ ଆସିବ ଟୀକା

ନୂଆଦିଲ୍ଲୀ : ଏଚ୍ଆଇଭିକୁ ନେଇ ଆସିଛି ଆଶ୍ୱସ୍ତିକର ଖବର । ଏଣିକି ସୁସ୍ଥ ହେବେ ମାରାତ୍ମକ ଏଚଆଇଭି ଏଡସ୍ରେ ଆକ୍ରାନ୍ତ ରୋଗୀ । କାରଣ ଖୁବଶୀଘ୍ର ମିଳିପାରେ ଏଚଆଇଭି ଟୀକା । ପରୀକ୍ଷାମୂଳକଭାବେ ପ୍ରସ୍ତୁତ ହୋଇଥିବା ଟିକାର ପରୀକ୍ଷଣ ଏବେ ୯୪ ପ୍ରତିଶତ ସଫଳ ହୋଇଥିବା ଜଣାପଡିଛି । ଟେକ୍ସସାସ୍ ବିଶ୍ୱବିଦ୍ୟାଳୟ ଦ୍ୱାରା ଜାରି ରିପୋର୍ଟରେ କୁହାଯାଇଛି, ସଂକ୍ରମଣରେ ଶିକାର ରୋଗୀଙ୍କ ଶରୀରରୁ ରୋଗ ପ୍ରତିଷେଧକ ଦ୍ରୁତ ଗତିରେ ହାସ୍ର ପାଇଥାଏ ।
ଚିକିତ୍ସା ପଦ୍ଧତି ନଥିବାରୁ ରୋଗୀମାନେ ପ୍ରାଣ ହରାଉଛନ୍ତି । ଏବେ କ୍ଲିନିକାଲ ଟ୍ରାଏଲ ସଫଳ ହେବା ପରେ ନୂଆ ଆଶା ସୃଷ୍ଟି ହୋଇଛି । ଏହି ପରୀକ୍ଷଣ ୩୬ ଜଣ ସ୍ୱେଚ୍ଛାସେବୀଙ୍କ ଉପରେ କରାଯାଇଥିଲା । ଏମାନଙ୍କ ମଧ୍ୟରୁ ୩୫ ଜଣଙ୍କ ଦେହରେ ଆଣ୍ଟିବଡି ତିଆରି ହୋଇଛି । ତେବେ ଏହା ଏଚଆଇଭି ବିରୋଧରେ କେତେ ଫଳପ୍ରଦ ହେବ ତାହା ସ୍ପଷ୍ଟ ହୋଇନି । ପରୀକ୍ଷଣ ସଫଳ ହୋଇଥିବା କୁହାଯାଉଥିବାରୁ ଖୁବ ଶୀଘ୍ର ଏଡ୍ସ ଟୀକା ଉପଲବ୍ଧ ହେବ ବୋଲି ଜଣାଯାଇଛି ।