ସର୍ପାଇଜ୍ ତଦନ୍ତ, ବିଇଓଙ୍କ କାର୍ଯ୍ୟଳୟକୁ ଆଜି ଅଚାନକ ପରିଦର୍ଶନ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ଆକ୍ସନ ମୋଡରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ । ଭୁବନେଶ୍ୱର ବିଇଓଙ୍କ କାର୍ଯ୍ୟଳୟକୁ ଆଜି ଅଚାନକ ପରିଦର୍ଶନରେ ଯାଇଥିଲେ ମନ୍ତ୍ରୀ ସମୀର ଦାସ । ଏହି ସମୟରେ କିଛି କର୍ମଚାରୀ ବିନା ଅନୁମତିରେ ଅନୁପସ୍ଥିତ ଥିବା ତାଙ୍କ ନଜରକୁ ଆସିଥିଲା । ଉପସ୍ଥାନ ରେଜିଷ୍ଟ୍ରାରକୁ ଯାଞ୍ଚ କରିଥିଲେ ମନ୍ତ୍ରୀ । କହିଛନ୍ତି, ଅନୁପସ୍ଥିତ କର୍ମଚାରୀଙ୍କୁ ପ୍ରଥମେ କାରଣ ଦର୍ଶାଅ ନୋଟିସ ଜାରି କରାଯିବ । ସନ୍ତୋଷଜନକ ଉତ୍ତର ନ ମିଳିଲେ ଦୃଢ କାଯ୍ୟର୍ାନୁଷ୍ଠାନ ହେବ । ସରକାରୀ ସ୍କୁଲ ଉପରେ ଅଭିଭାବକଙ୍କ କାହିଁକି ଭରସା ତୁଟି ଯାଉଛି ସେ ବିଷୟରେ ମଧ୍ୟ ତର୍ଜମା କରାଯିବ ବୋଲି ମନ୍ତ୍ରୀ ସମୀର ଦାସ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.