ଗଣଶିକ୍ଷା ମନ୍ତ୍ରୀଙ୍କ ସରପ୍ରାଇଜ୍‌ ଭିଜିଟ୍‌, ବିଳମ୍ବରେ ଅଫିସ ପହଞ୍ଚିଥିବା କର୍ମଚାରୀଙ୍କ କଲେ ଗୋଟିଏ ଦିନର ଦରମା କାଟ୍‌

ଭୁବନେଶ୍ୱର(କେନ୍ୟୁଜ୍): ଗଣଶିକ୍ଷା ମନ୍ତ୍ରୀଙ୍କ ସରପ୍ରାଇଜ୍‌ ଭିଜିଟ୍‌। ଅଚାନକ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଓ ବାଲିପାଟଣାର ବିଭିନ୍ନ ସ୍କୁଲ ପରିଦର୍ଶନ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ପ୍ରଥମେ ମନ୍ତ୍ରୀ ପହଞ୍ଚିଥିଲେ ବାଲିଅନ୍ତା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ। ବିଇଓ ସ୍ନିଗଧାରାଣୀ ଦାଶ ଓ କିଛି କର୍ମଚାରୀ ବିଳମ୍ବରେ ଅଫିସ ଆସିଥିଲେ। ବିଳମ୍ବରେ ଆସିଥିବା କର୍ମଚାରୀଙ୍କ ଗୋଟିଏ ଦିନର ଦରମା ବନ୍ଦ କରିବା ସହ ବିଇଓଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି ମନ୍ତ୍ରୀ।

ଏହାପରେ ବାଳକାଟି ନୂଆପାଟଣା ପ୍ରଥାମିକ ବିଦ୍ୟାଳୟ, ପ୍ରତାପ ଶାସନ ବାଳକ ଉଚ୍ଚ ବିଦ୍ୟାଳୟ, ବନମାଳିପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ ଗଣଶିକ୍ଷା ମନ୍ତ୍ରୀ। ବନମାଳିପୁର ହାଇସ୍କୁଲର ପ୍ରଧାନ ଶିକ୍ଷକ ଅନୁପସ୍ଥିତ ଥିଲେ। ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ା ସମ୍ପର୍କରେ ଆଲୋଚନା କରିବା ସହ ପଚାରି ବୁଝିଥିଲେ ସୁବିଧା ଅସୁବିଧା। ହାଇସ୍କୁଲରେ କମ୍ପୁଟର ପାଠପଢ଼ା ବନ୍ଦ ହେବା ନେଇ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଛାତ୍ରଛାତ୍ରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.