ଫନି ପୀଡ଼ିତଙ୍କ ପାଇଁ ସହାୟତାର ହାତ ବଢ଼ାଇଲା ଦିଲ୍ଲୀ AIIMS, ଫାକଲ୍ଟି ଓ କର୍ମଚାରୀମାନେ ସ୍ୱେଚ୍ଛାକୃତ ଭାବେ କଲେ ଦାନ

ଦିଲ୍ଲୀ (କେନ୍ୟୁଜ୍ ବ୍ୟୁରୋ): ଫନି ପୀଡ଼ିତଙ୍କ ପାଇଁ ସହାୟତାର ହାତ ବଢ଼ାଇଲା ଦିଲ୍ଲୀ ଏମସ  । ଦିଲ୍ଲୀ ଏମସ ପକ୍ଷରୁ ଫନି କ୍ଷତିଗ୍ରସ୍ତଙ୍କ ସହାୟତା ପାଇଁ ୯୩ ଲକ୍ଷ ୮୯ ହଜାର ୪୬୧ ଟଙ୍କାର ଚେକ ପ୍ରଦାନ । ଏହି ଅର୍ଥ ରାଶି ଏମସର ଫାକଲ୍ଟି ଓ କର୍ମଚାରୀମାନେ ସ୍ୱେଚ୍ଛାକୃତ ଭାବେ ଦାନ କରିଛନ୍ତି । ଓଡ଼ିଶା ଭାବନରେ ଏକ କାର୍ଯ୍ୟକ୍ରମରେ ଦିଲ୍ଲୀ ଏମସର ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ ମୁଖ୍ୟମନ୍ତ୍ରୀଙ୍କ ରିଲଫ ପାଣ୍ଠି ଉଦ୍ଦେଶ୍ୟରେ ଏହି ଚେକ ନବୀନଙ୍କୁ ପ୍ରଦାନ କରିଛନ୍ତି । ଏହି ଅବସରରେ ଏମସର ବିଭିନ୍ନ ବିଭାଗର ଡାକ୍ତର ଓ କର୍ମଚାରୀ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.