ମହିଳା କୁସ୍ତି ଖେଳାଳି ଶିବାନୀଙ୍କୁ ନିର୍ଯାତନା, ରାଜ୍ୟ ସରକାର ନ୍ୟାୟ ନ ଦେଲେ ଆତ୍ମାହୂତି ଦେବାକୁ ଦେଲେ ଧମକ
ପୁରୀ(କେନ୍ୟୁଜ୍): ମହିଳା କୁସ୍ତି ଖେଳାଳିଙ୍କୁ ନିର୍ଯାତନା ଅଭିଯୋଗ । ଉଦ୍ଦେଶ୍ୟମୂଳକ ଭାବେ ରାଜ୍ୟ କୁସ୍ତି ସଂଘ ମହିଳା କୁସ୍ତିବିତ୍ ଶିବାନୀ ଜେନାଙ୍କୁ ୩ ବର୍ଷ ପାଇଁ ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରୁ ବଞ୍ଚିତ କରିଥିବା ସେ ଅଭିଯୋଗ କରିଛନ୍ତି ।
ରାଜ୍ୟ ସରକାର ନ୍ୟାୟ ନ ଦେଲେ ଶିବାନୀ ଆତ୍ମାହୂତି ଦେବାକୁ ଧମକ ଦେଇଛନ୍ତି । କୁସ୍ତି ସଂଘର ଅବେହଳା ବିରୋଧରେ ଶିବାନୀ ଗଣମାଧ୍ୟମରେ ବିବୃତ୍ତି ଦେବାରୁ ସଂଘ ଏଭଳି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା କୁହାଯାଉଛି ।
ଏନେଇ ମହିଳା କୁସ୍ତିବିତ ବ୍ୟାୟାମ ଭବନରେ ପ୍ରତିବାଦ କରିଛନ୍ତି । ଗତ ଜୁନ ୨୧ରୁ ୨୩ ତାରିଖ ଯାଏ ୧୫ ବର୍ଷରୁ କମ୍ ଜାତୀୟ ବାହୁକୁସ୍ତି ପ୍ରତିଯୋଗିତାରେ ଟ୍ରେନ ଟିକେଟ ସହ ଯାତାୟାତ ବେଳେ ଖାଇବାକୁ ଦିଆଯାଇନଥିବା କୋଚ୍ ଶିବାନୀ ଗଶମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ।