ଦ୍ୱିତୀୟ ଟି-୨୦: ଭାରତକୁ ୧୫୦ ରନ୍ର ବିଜୟ ଲକ୍ଷ୍ୟ ଦେଲା ଦକ୍ଷିଣ ଆଫ୍ରିକା
ମୋହାଲି : ଦ୍ୱିତୀୟ ଟି-୨୦ ମ୍ୟାଚ୍ରେ ଭାରତ ଆଗରେ ୧୫୦ ରନ୍ର ଟାର୍ଗେଟ୍ ଦେଇଛି ଦକ୍ଷିଣ ଆଫ୍ରିକା । ନିର୍ଦ୍ଧାରିତ ୨୦ ଓଭରରେ ଦକ୍ଷିଣ ଆଫ୍ରିକା ଦଳ ୫ ଓ୍ଵିକେଟ୍ରେ ୧୪୯ ରନ୍ କରିଛି ।
ପ୍ରଥମ ଟି-୨୦ ମ୍ୟାଚ୍ଟି ବର୍ଷା ଯୋଗୁଁ ବାତିଲ ହୋଇ ଯାଇଥିଲା । ଆଜି ମୋହାଲି ମ୍ୟାଚ୍ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ । କାରଣ ଯିଏ ଜିତିବ ସେହି ଦଳ ସିରିଜ୍ ବିଜୟୀ ହେବ । ଆଜି ଘରୋଇ ଭାରତୀୟ ଦଳ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ତେବେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍ ଡି କକ୍ ୩୭ ବଲ୍ରୁ ୫୨ ରନ୍ ଏବଂ ବାୟୁମା ୪୩ ବଲ୍ରେ ୪୯ ରନ୍ କରି ଦଳକୁ ଭଲ ଷ୍ଟାର୍ଟ ଦେଇଥିଲେ ।