୬ ମାସର ହାତୀ ଛୁଆର ଗୋଡ଼ରେ ଲାଗିଛି ଆଘାତ, ଟ୍ରାଙ୍କୁଲାଇଜ୍ କରି ଚିକିତ୍ସା ପାଇଁ ବନ ବିଭାଗର ଉଦ୍ୟମ

ଅସୁସ୍ଥ ହାତୀ ଛୁଆକୁ ଟ୍ରାଙ୍କୁଲାଇଜ୍ କରି ଚିକିତ୍ସା ପାଇଁ ବନ ବିଭାଗର ଉଦ୍ୟମ ଜାରି । କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଡାବରଚୁଆ ସଂରକ୍ଷିତ ଜଙ୍ଗଲରେ ଅସୁସ୍ଥ ହାତୀ ଛୁଆକୁ ଟ୍ରାଙ୍କୁଲାଇଜ ପାଇଁ ସପ୍ତାହେ ଧରି ନନ୍ଦନକାନନରୁ ଆସିଥିବା ବିଶେଷଜ୍ଞ ଟିମ୍ ଉଦ୍ୟମ ଚଳାଇଛନ୍ତି।

କେନ୍ଦୁଝର (କେନ୍ୟୁଜ): ଅସୁସ୍ଥ ହାତୀ ଛୁଆକୁ ଟ୍ରାଙ୍କୁଲାଇଜ୍ କରି ଚିକିତ୍ସା ପାଇଁ ବନ ବିଭାଗର ଉଦ୍ୟମ ଜାରି । କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଡାବରଚୁଆ ସଂରକ୍ଷିତ ଜଙ୍ଗଲରେ ଅସୁସ୍ଥ ହାତୀ ଛୁଆକୁ ଟ୍ରାଙ୍କୁଲାଇଜ ପାଇଁ ସପ୍ତାହେ ଧରି ନନ୍ଦନକାନନରୁ ଆସିଥିବା ବିଶେଷଜ୍ଞ ଟିମ୍ ଉଦ୍ୟମ ଚଳାଇଛନ୍ତି।

ଘଞ୍ଚ ଜଙ୍ଗଲ ସାଙ୍ଗକୁ ହାତୀ ଛୁଆକୁ ହାତୀପଲ ଘେରି ରହିଥିବାରୁ ଟ୍ରାଙ୍କୁଲାଇଜ କରିବାରେ ସମସ୍ୟା ହେଉଛି । ୬ ମାସର ଛୁଆ ହାତୀଟିର ଆଗ ଡାହାଣ ଗୋଡ଼ରେ ଆଘାତ ଲାଗିଛି । ସେ ଛୋଟେଇ ଛୋଟେଇ ଚାଲିଥିବା ଥର୍ମାଲ ଡ୍ରୋନ୍ କ୍ୟାମେରାରେ ଉତ୍ତୋଳିତ ଭିଡିଓରୁ ଜଣାପଡିଛି। ହାତୀ ଛୁଆଟିର ଚିକିସ୍ଥା ପାଇଁ ଗ୍ରାମବାସୀ ମଧ୍ୟ ବନ ବିଭାଗକୁ ସହଯୋଗ କରୁଛନ୍ତି ।

Leave A Reply

Your email address will not be published.