ପୃଥିବୀରୁ ଶେଷ ହୋଇଯିବ କି ମାନବ ସଭ୍ୟତା ? ଜାଣନ୍ତୁ କଣ କହୁଛି ରିସର୍ଚ୍ଚ

ଦୀର୍ଘ ଦିନ ଧରି ହେଉଥିବା ପରିବର୍ତ୍ତନକୁ ନେଇ ଯେଉଁ ଅଧ୍ୟୟନ କରାଯାଇଛି ତାହା ଆପଣଙ୍କୁ ନିଶ୍ଚିତ ଆଶ୍ଚର୍ଯ୍ୟ କରିବ । ତେବେ ଆସନ୍ତୁ ଜାଣିବା ଏହି ପରିବର୍ତ୍ତନ ପ୍ରଭାବରେ ପୃଥିବୀରେ କଣ କ୍ଷତି ଘଟିବ ।

ସମୟ ପରିବର୍ତ୍ତନଶୀଳ । ଯାହା ଆଜି ଅଛି ତାହା କାଲି ନଥିବ । ତେବେ ପୃଥିବୀରେ ଅନେକ ପରିବର୍ତ୍ତନ ହେଉଛି । କିଛି ପରିବର୍ତ୍ତନ ପ୍ରକୃତି ପାଇଁ ହୋଇଥାଏ ତ ଆଉ କିଛି ପରିବର୍ତ୍ତନ ମଣିଷ ପାଇଁ ହୋଇଥାଏ । ତେବେ ପରିବର୍ତ୍ତନ ମଣିଷ ସମାଜ ପାଇଁ କେତେ ଯେ ଭୟଙ୍କରୀ ତାହା ନକହିବା ଭଲ । ଏହି ପରିବର୍ତ୍ତନ ପୃଥିବୀର ଧ୍ୱଂସ କରିବାକୁ ମଧ୍ୟ ପଛାଏ ନାହିଁ ।

ପୃଥିବୀରେ ଦୁଇ ପ୍ରକାରର ପରିବର୍ତ୍ତନ ହୋଇଥାଏ । ଗୋଟିଏ ପ୍ରକ୍ରିୟା ଲକ୍ଷ ଲକ୍ଷ ବର୍ଷ ଧରି ଚାଲିଆସୁଛି ଏବଂ ଏହା ପୃଥିବୀକୁ ବିଭିନ୍ନ ପର୍ଯ୍ୟାୟରେ ପହଞ୍ଚାଇଛି । ଅନ୍ୟ ପଟେ ଆଉ ଏକ ପରିବର୍ତ୍ତନ ଦ୍ରୁତଗତିରେ ହୋଇଥାଏ ଏବଂ ଏହାର ପ୍ରଭାବ ପୃଥିବୀରେ ଗଭୀର ଭାବେ ପଡ଼େ । ମାନବ ଦ୍ୱାରା ସୃଷ୍ଟି ହୋଇଥିବା ଜଳବାୟୁ ପରିବର୍ତ୍ତନ ମଧ୍ୟ ଏହି ପ୍ରକ୍ରିୟାର ଏକ ଅଂଶ । କିନ୍ତୁ ଦୀର୍ଘ ଦିନ ଧରି ହେଉଥିବା ପରିବର୍ତ୍ତନକୁ ନେଇ ଯେଉଁ ଅଧ୍ୟୟନ କରାଯାଇଛି ତାହା ଆପଣଙ୍କୁ ନିଶ୍ଚିତ ଆଶ୍ଚର୍ଯ୍ୟ କରିବ । ତେବେ ଆସନ୍ତୁ ଜାଣିବା ଏହି ପରିବର୍ତ୍ତନ ପ୍ରଭାବରେ ପୃଥିବୀରେ କଣ କ୍ଷତି ଘଟିବ ।

ବୈଜ୍ଞାନିକମାନେ ଆକଳନ କରିଛନ୍ତି ଯେ ପୃଥିବୀର ବାୟୁମଣ୍ଡଳରେ ଏକ ପରିବର୍ତ୍ତନ ଘଟୁଛି । ଏହି ପରିବର୍ତ୍ତନ ଦ୍ୱାରା ପୃଥିବୀ ପ୍ରାୟ ୨.୪ ବିଲିୟନ ବର୍ଷ ପୂର୍ବେ ଗ୍ରେଟ୍ ଅକ୍ସିଡେସନ୍ ଇଭେଣ୍ଟ (GOE) ପୂର୍ବରୁ ଥିବା ସ୍ଥିତିକୁ ଫେରିଯିିବ। ଏହି ଘଟଣା କାରଣରୁ ପୃଥିବୀରେ ଅମ୍ଳଜାନର ପରିମାଣ ବହୁତ ଅଧିକ ହୋଇଯାଇଥିଲା । ଯେଉଁଥିପାଇଁ ପୃଥିବୀର ପରିବେଶ ବହୁତ ବଦଳି ଯାଇଥିଲା ଏବଂ ପୃଥବୀରେ ଅମ୍ଳଜାନ ଉପରେ ନିର୍ଭର କରୁଥିବା ଜୀବ ସୃଷ୍ଟି ହୋଇଥିଲେ । କିନ୍ତୁ ଅନୁସନ୍ଧାନ ଅନୁଯାୟୀ ଆଗାମୀ ଏକ ବିଲିୟନ ବର୍ଷରେ ପୃଥିବୀରେ ଦ୍ରୁତଗତିରେ ଡିଅକ୍ସିଜେନେସନ୍ ହୋଇପାରେ । ଯାହା ଦ୍ୱାରା ପୃଥିବୀର ବାୟୁମଣ୍ଡଳ ଉପରେ ମିିଥେନ ଭର୍ତ୍ତି ହୋଇଯିବ । ଏହି ଡିଅକ୍ସିଜେନେସେନରେ ଅମ୍ଳଜାନ ସ୍ତର ଧୀରେ ଧୀରେ କମିବ ଏବଂ ପୃଥିବୀରୁ ଜୀବ ଜଗତ ଶେଷ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ଏହି ପରିବର୍ତ୍ତନ ହେବା ଦ୍ୱାରା ପୃଥିବୀରେ ଅମ୍ଳଜାନ ଉପରେ ନିର୍ଭର କରୁଥିବା ଜୀବନ ଶେଷ ହୋଇଯିବ । ଏଥିରେ ମାନବ ସଭ୍ୟତା ମଧ୍ୟ ଶେଷ ହୋଇଯିବାର ଆଶଙ୍କା ରହିଛି । ଯଦି ଆମେ ପୃଥିବୀ ଛାଡିବାର ଉପାୟ ବାହାର ନକରିବା ତେବେ ପୃଥିବୀରୁ ମଣିଷ ସଭ୍ୟତା ଶେଷ ହୋଇଯିବ ।

ଅତ୍ୟଧିକ ଗରମ ହେତୁ CO2 ର ଅଭାବ ହେବ, ଯାହା ଦ୍ୱାରା ଫଟୋ ସିନ୍ଥେଟିକ୍‌ ଜୀବ ଯେପରି ଗଛ ଲତା ମରିବା ଆରମ୍ଭ କରିବେ ଏବଂ ଅମ୍ଳଜାନ ପରିମାଣରେ ବହୁତ ହ୍ରାସ ଘଟିବ । ପୂର୍ବ ଆକଳନ ଅନୁଯାୟୀ ସୌର ବିକିରଣ ବଢ଼ିବା ଯୋଗୁଁ ପୃଥିବୀରେ ମହାସାଗର ୨ ବିଲିୟନ ବର୍ଷ ମଧ୍ୟରେ ବାଷ୍ପୀଭୂତ ହେବ । କିନ୍ତୁ ନୂଆ ଗବେଷଣା କହୁଛି ଯେ ପାଣି ଶେଷ ହେବା ପୂର୍ବରୁ ଅମ୍ଳଜାନ ସରିଯିବ ।

ଅମ୍ଳଜାନର ଘୋର ଅଭାବ ହେତୁ ଜୀବନ ଶେଷ ହେବା ନିଶ୍ଚିତ । ଜର୍ଜିଆ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିର ପୃଥିବୀ ବୈଜ୍ଞାନିକ କ୍ରିସ୍ ରେନହାର୍ଡ ମଧ୍ୟ ଅମ୍ଳଜାନ ଅଭାବ ଉପରେ ଗୁରୁତ୍ୱ ଦେଇଛନ୍ତି । ସେ କହିଛନ୍ତି ଯେ ଆକଳନ ଅନୁସାରେ ବର୍ତ୍ତମାନ ବାୟୁମଣ୍ଡଳରେ ଥିବା ଅମ୍ଳଜାନ ସ୍ତର ଆଗାମୀ ସମୟରେ ପ୍ରାୟ ଏକ ଲକ୍ଷ ଗୁଣ ହ୍ରାସ ପାଇବ । ଅମ୍ଳଜାନ ଏଭଳି ଭାବେ ହ୍ରାସ ପାଇବା ଯୋଗୁଁ ଜୀବଜନ୍ତୁ ଲୋପ ପାଇଯିବେ । ଗବେଷକମାନେ ଅନୁମାନ କରିଛନ୍ତି ଯେ ଆଗାମୀ ସମୟର ବାୟୁମଣ୍ଡଳରେ ବହୁତ ପରିମାଣର ମିଥେନ, କମ୍ ପରିମାଣର କାର୍ବନ ଡାଇଅକ୍ସାଇଡ୍ ଏବଂ କୌଣସି ପ୍ରକାରର ଓଜୋନ ସ୍ତର ରହିବ ନାହିଁ ।

ଏହି ପରିସ୍ଥିତିରେ ଅମ୍ଳଜାନ ଉପରେ ନିର୍ଭର କରୁଥିବା ଜୀବନ ଶେଷ ହୋଇଯିବ । କିନ୍ତୁ ଏହା ପରେ ମଧ୍ୟ ଜୀବନଚକ୍ର ଜାରି ରହିବ । ତେବେ ଏହି ଅଧ୍ୟୟନ ଆଗାମୀ ଭବିଷ୍ୟତର ଚିତ୍ରକୁ ଦେଖାଉଛି ଯେଉଁଠାରେ ପୃଥିବୀରେ ପରିବର୍ତ୍ତନ ଜାରି ରହିବ । କେବଳ ଏତିକି ନୁହେଁ ଭବିଷ୍ୟତର ବିକଳ୍ପକୁ ଖୋଜିବା ପାଇଁ ମଧ୍ୟ ଚେଷ୍ଟା ଜାରି ରଖିବା ଉଚିତ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.