ରାହୁଲ ଗାନ୍ଧିଙ୍କ ଦ୍ୱାରା ତିଆରି କାଠ ଡେସ୍କରେ ବସିବେ ଦିବ୍ୟାଙ୍ଗ ଛାତ୍ରୀ, ଦିଲ୍ଲୀର ଏହି ସ୍କୁଲକୁ କରାଗଲା ଦାନ

ନିକଟରେ ରାଜଧାନୀ ଦିଲ୍ଲୀର କୀର୍ତ୍ତି ନଗର ଫର୍ଣ୍ଣିଚର ବଜାରରେ ପହଞ୍ଚିଥିଲେ ରାହୁଲ। ସେଠାରେ ସେ ବଢ଼େଇମାନଙ୍କ ସହାୟତାରେ ନିଜ ହାତରେ କାଠ ଡେସ୍କ ତିଆରି କରିଥିଲେ। ତାଙ୍କ ହାତ ତିଆରି ଏହି ଡେସ୍କକୁ ଦିଲ୍ଲୀର ପ୍ରମିଳା ବାଈ ଚଭନ୍‌ ସ୍କୁଲର ଛାତ୍ରୀମାନଙ୍କୁ ପ୍ରଦାନ କରାଯାଇଛି।

କେତେବେଳେ ଟ୍ରକ୍‌ ଡ୍ରାଇଭରଙ୍କ ସହ କଥାବାର୍ତ୍ତା ତ କେତେବେଳେ କୁଲିଙ୍କ ସହ ଭେଟ…ପୁଣି କେତେବେଳେ ମେକାନିକ୍‌ ଦୋକାନରେ ବାଇକ୍‌ ରିପେୟାରିଂ…ଏହିଭଳି କିଛି ଅନ୍ଦାଜରେ ପୂର୍ବରୁ ଦେଖିବାକୁ ମିଳିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧି ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି।

ନିକଟରେ ରାଜଧାନୀ ଦିଲ୍ଲୀର କୀର୍ତ୍ତି ନଗର ଫର୍ଣ୍ଣିଚର ବଜାରରେ ପହଞ୍ଚିଥିଲେ ରାହୁଲ। ସେଠାରେ ସେ ବଢ଼େଇମାନଙ୍କ ସହାୟତାରେ ନିଜ ହାତରେ କାଠ ଡେସ୍କ ତିଆରି କରିଥିଲେ। ତାଙ୍କ ହାତ ତିଆରି ଏହି ଡେସ୍କକୁ ଦିଲ୍ଲୀର ପ୍ରମିଳା ବାଈ ଚଭନ୍‌ ସ୍କୁଲର ଛାତ୍ରୀମାନଙ୍କୁ ପ୍ରଦାନ କରାଯାଇଛି।

ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ଅରବିନ୍ଦର ସିଂ ଲଭଲି ଏକ ବୟାନ ଜାରି କରି କହିଛନ୍ତି ଯେ ପ୍ରମିଳା ବାଈ ଚଭନ୍‌ ସ୍କୁଲର ଦିବ୍ୟାଙ୍ଗ ଛାତ୍ରୀମାନଙ୍କ ପାଇଁ ରାହୁଲ ଗାନ୍ଧି ଏବଂ କୀର୍ତ୍ତି ନଗର ଫର୍ଣ୍ଣିଚର ବଜାରର ବଢ଼େଇମାନେ କାଠ ଡେସ୍କ ତିଆରି କରିଛନ୍ତି। ଏହି ଡେସ୍କ ଛାତ୍ରୀମାନଙ୍କୁ ଡୋନେଟ୍‌ କରାଯାଇଛି।

ଲଭଲି କହିଛନ୍ତି କି, ରାହୁଲ ଗାନ୍ଧି ଗରିବ, ଆର୍ଥିକ ରୂପେ ଦୁର୍ବଳ ଏବଂ ଅସହାୟ ଲୋକଙ୍କ କଲ୍ୟାଣ ପାଇଁ ଚିନ୍ତିତ ଥିଲେ। ଏହାକୁ ଦୃଷ୍ଟିରେ ରଖି ସେ ସେପ୍ଟେମ୍ବର ୨୮ରେ କୀର୍ତ୍ତି ନଗର ଫର୍ଣ୍ଣିଚର ବଜାର ପରିଦର୍ଶନ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.