ଗର୍ଭବତୀ ଓ ଶିଶୁଙ୍କ ପାଇଁ ଆସୁଥିବା ଅଣ୍ଡାର ହେଉଛିକି ସଠିକ ବିତରଣ ?

ଗଜପତି(କେ ନ୍ୟୁଜ): କରୋନା ମହାମାରୀ ସମୟରେ କିପରି ପୃଷ୍ଟୀକର ଖାଦ୍ୟ ଗର୍ଭବତୀ ମହିଳା ଓ ଶିଶୁ ପାଇପାରିବେ ସେଥିପାଇଁ ସଂକ୍ରମଣକୁ ଦୃଷ୍ଟୀରେ ରଖି ରାଜ୍ୟ ସରକାର ଘରେ ଘରେ ଅଣ୍ଡା ପହଞ୍ଚାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ଏହି ଅଣ୍ଡା ହିତାଧିକାରୀଙ୍କ ନିକଟରେ ପହଂଚିବା ବଦଳରେ ଅଧା ବାଟରେ ହଡପ ହେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି | ଏମିତିକି ଏନେଇ ଏକ ଅଭିଯୋଗ ପାଇ ଖବର ସଂଗ୍ରହ ପାଇଁ ଯାଇଥିବା ଗମମାଧ୍ୟମର ପ୍ରତିନିଧିଙ୍କୁ ମାଡ଼ ମରାଯାଇଥିବା ନେଇ ଅଭିଯୋଗ ଆସିଛି । ଘଟଣାଟି ଘଟିଛି ଗଜପତି ଜିଲ୍ଲାରେ | ଗଜପତି ଜିଲ୍ଲା ନୂଆଁଗଡ ବ୍ଲକର ନୂଆଁଗଡ ଗ୍ରାମର ୭ନମ୍ବର ୱାର୍ଡର ସିଅନ ସାହି । ଏଠାରେ ୧୭୦ ପରିବାର ବାସ କରୁଥିବା ବେଳେ ୨୦ଜଣ ଗର୍ଭବତୀ ମହିଳା ଓ ପାଖାପାଖି ୫୦ଜଣ ଶିଶୁ ଥିବା ନେଇ ସୂଚନା ମିଳିଛି । ଏମାନଙ୍କୁ କାର୍ଯ୍ୟରତ ନୂଆଁଗଡ-୨ ଅଙ୍ଗନୱାର୍ଡି କେନ୍ଦ୍ରର ଅଙ୍ଗନୱାଡି କର୍ମି ରୌପ୍ୟ ମଞ୍ଜରୀ ଏଡଲା ସଠିକ ଭାବେ ସରକାରୀ ନିୟମ ଅନୁସାରେ ଅଣ୍ଡା ଦେଉନଥିବା ନେଇ ଅଭିଯୋଗ ହୋଇଛି । ଏପରିକି ମେ ମାସର ଅଣ୍ଡା ସମ୍ପୂର୍ଣ୍ଣ ଭାବେ ପ୍ରଦାନ କରାଯାଇନଥିବା ଅଭିଯୋଗ ହୋଇଛି ।

ତେବେ ଖବର ସଂଗ୍ରହ ସମୟରେ ଅଙ୍ଗନୱାଡି କର୍ମୀଙ୍କ ସ୍ୱାମୀ ଆର୍ମିଆଲ ଏଡଲାଙ୍କ ସହ ପହଞ୍ଚି ଉପସ୍ଥିତ ଗଣମାଧ୍ୟମର ପ୍ରତିନିଧିଙ୍କୁ ଧମକ ଦେବା ସହ ଭିଡିଓ ଉତ୍ତୋଳନ କରିଥିଲେ ଓ ଏହା ସହ ଅସୌଜନ୍ୟ ବ୍ୟବହାର ଦେଖାଇଥିଲେ । ଦୀର୍ଘ ସମୟର ଗଣ୍ଡୋଗୋଳିଆ ପରିସ୍ଥିତି ଓ ପରିବେଶକୁ ପାର କରି ଆସିଥିବା ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ପୁଣି ଥରେ ନୂଆଁଗଡ ଗ୍ରାମର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ କିଛି ଗୁଣ୍ଡାଙ୍କୁ ଧରି ଖବର ସଂଗ୍ରହ ସ୍ଥଳି ଭଳି ସ୍ଥତି ସୃଷ୍ଟି କଲେ ଏବଂ ଭବିଷ୍ୟତରେ ନୂଆଁଗଡ ଗ୍ରାମକୁ ଉପସ୍ଥିତ ଗଣମାଧ୍ୟମର ପ୍ରତିନିଧିଙ୍କୁ ନଆସିବା ପାଇଁ ଧମକ ଦେଲେ । ତେବେ ସମସ୍ୟା ବିଷୟରେ ନୂଆଁଗଡ ସିଡିପିଓଙ୍କୁ ପଚାରି ବାରୁ ସେ କ୍ୟାମେରା ସମ୍ମୁଖରେ କିଛି କହିବାକୁ ଅରାଜି ହୋଇଥିଲେ |

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.